ରାୟଗଡ଼ାରେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳିତ…

ରାୟଗଡ : ରାୟଗଡ ସ୍ଵାମୀ ବିବେକାନନ୍ଦ ସେବା ସମିତି ଏବଂ ସ୍ଵାମୀ ବିବେକାନନ୍ଦ ୱାକର୍ସ କ୍ଳବ୍ ପକ୍ଷରୁ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଯୁବ ଦିବସ ପାଳିତ ହୋଇଯାଇଛି। ରାୟଗଡ଼ା ରିଂଗ ରୋଡ ସ୍ଥିତ ସ୍ଵାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ସଭାପତି ଶ୍ରୀ ଯୋଗେଶ୍ଵର ଦାସଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗୀ ଶ୍ରୀ ଚୈତନ୍ୟ ରାମ ଜୀ , ମୂଖ୍ୟ ବକ୍ତା ଭାବେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରାନ୍ତ ପ୍ରଚାର ପ୍ରମୁଖ ଶ୍ରୀଯୁକ୍ତ ଦୀପକ କୁମାର ରାଉତ , ସମ୍ମାନୀୟ ବକ୍ତା ଭାବେ ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ତଥା ସକ୍ଷମ ର ପ୍ରାନ୍ତଃ ଉପଦେଷ୍ଟା ଶ୍ରୀଯୁକ୍ତ ବାଦଲ କୁମାର ତା , ସମ୍ମାନୀୟ ଅତିଥି ଭାବେ ଥେରୁବାଲି ସ୍ଥିତ ଇମ୍ଫା କାରଖାନା ର ବରିଷ୍ଠ ଲୋକସଂପର୍କ ଅଧିକାରୀ ଶ୍ରୀଯୁକ୍ତ ଶକ୍ତି ପ୍ରଶାଦ ପାଣିଗ୍ରାହୀ , ଗାୟତ୍ରୀ ପରିବାର ର ଜିଲ୍ଲା ପ୍ରମୁଖ ଶ୍ରୀମତୀ ଉର୍ମିଳା ମିଶ୍ର ଯୋଗ ଦେଇ ସ୍ଵାମୀଜୀଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଦେଶାତ୍ମବୋଧକ ସଙ୍ଗୀତ ଗାନ କରି କାର୍ଯ୍ୟକ୍ରମ କୁ ଆଗକୁ ନେବା ସହ ସ୍ଵାମୀ ବିବେକାନନ୍ଦଙ୍କ ଜୀବନୀ ବିଷୟରେ ସ୍ମୃତି ଚାରଣ କରିବା ସହ ଛାତ୍ର ସମାଜ ସ୍ଵାମୀଜୀଙ୍କ ଆଦର୍ଶକୁ ଗ୍ରହଣ କରି ନିଜ ଜୀବନ କୁ ଆଗକୁ ନେବା ପାଇଁ ପ୍ରବର୍ତ୍ତାଇ ଥିଲେ ।

ଏହି ଅବସରରେ ରାୟଗଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟ , ରାୟଗଡ଼ା ମହିଳା ମହାବିଦ୍ୟାଳୟ ଏନ୍ ସି ସି ପକ୍ଷରୁ ଦିଲ୍ଲୀ କାର୍ଯ୍ୟକ୍ରମରେ ଭାଗ ନେଇଥିବା କେଡେଟ ମାନଙ୍କୁ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ବୃତ୍ତି ପରିକ୍ଷାରେ ସଫଳତା ପାଇଥିବା ସ୍ଵାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ଏବଂ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ ସହ ସମ୍ମାନିତ କରାଯାଇଥିଲା । ସଂପାଦକ ଶ୍ରୀ କୃଷ୍ଣ କାନ୍ତ ଜେନା ସମିତିର କାର୍ଯ୍ୟ ଶୈଳୀ, କାର୍ଯ୍ୟକ୍ରମ ଉପରେ ଉପସ୍ଥାପନା କରିଥିଲେ । ସମିତି ର କୋଷାଧ୍ୟକ୍ଷ ଶ୍ରୀ ଗଣେଶ କୁମାର ସାହୁ ଉପସ୍ଥିତ ଛାତ୍ର ଛାତ୍ରୀ , ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ କିଶୋର କୁମାର ସାହୁ , ଧର୍ମ ସିଂ ନାଗ , ଦୂର୍ଗା ମାଧବ ଘୋଷ , ପରମା ନନ୍ଦ ପ୍ରଧାନ , ନିରଞ୍ଜନ ସେନାପତି , ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ରାୟଗଡ଼ା ୱାକର୍ସ କ୍ଳବ୍ , ରାୟଗଡ଼ା ବରିଷ୍ଠ ନାଗରିକ ସଂଘ, ସ୍ଵାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର , ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର , ରାୟଗଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟ , ରାୟଗଡ଼ା ମହିଳା ମହାବିଦ୍ୟାଳୟ , ରାୟଗଡ଼ା ଅଧିବକ୍ତା ପରିଷଦ , ରାୟଗଡ଼ା ଗାୟତ୍ରୀ ପରିବାରର ଛାତ୍ର ଛାତ୍ରୀ , ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ

nis-ad
Leave A Reply

Your email address will not be published.