କୁମ୍ଭାରଗୁଡ଼ାରେ ମାଟିର ବିଭିନ୍ନ ଜିନିଷ ଶିଖିବା ପ୍ରଶିକ୍ଷଣ ନେଲେ କସ୍ତୁରବା ଗାନ୍ଧୀ ସ୍କୁଲ ଛାତ୍ରୀ…

ମାଲକାନଗିରି : ଆଜି ଜିଲ୍ଲା ହସ୍ତଶିଳ୍ପ କର୍ମ ବିଭାଗ ଦ୍ଵାରା ମାଲକାନଗିରି ଜିଲ୍ଲାର ଶିଖପାଲି ଓ ସୋମନାଥପୁର ଠାରେ ୨ ମାସ ଧରି ଚାଲିଥିବା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ସ୍କୁଲର ଛାତ୍ରୀଙ୍କ ଯୋଗଦାନ । ଏହି କାର୍ଯ୍ୟକ୍ରମଟିର ଡିଜାଇନର ଭାବେ
ଦିଲ୍ଲୀ ରୁ ନିଲମ୍ ଗୁପ୍ତା ଓ କଲିକତା ରୁ ସୁଦୀପ୍ତ ଘୋଷ ଏହି ପ୍ରଶିକ୍ଷଣ ରେ ସାମିଲ ହୋଇଥିବା ବେଳେ ଗଦାଧର ରଣା ଓ ସାଧୁ ରଣା ମୁଖ୍ୟ ପ୍ରଶିକ୍ଷକ ରୂପେ ନିଯୁକ୍ତି ହୋଇଛନ୍ତି l
ହସ୍ତ ଓ ବୟନ ଶିଳ୍ପ ବିଭାଗ ମାଲକାନଗିରି ର ସଂଯୋଜକ ରାମ କୃଷ୍ଣ ଚୌଧୁରୀ ଏହି ଶିବିର ପରିଚାଳନା କରୁଥିବା ବେଳେ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଗୁରୁଚରଣ ଏହି ଶିବିର ର ପରିଚାଳନା କରିଥିଲେ । ଆଗାମୀ ଦିନରେ ଏହିଭଳି କାର୍ଯ୍ୟକ୍ରମ ଅନ୍ୟ ସ୍ଥାନରେ ଆୟୋଜିତ ହେବା କୁ ଲକ୍ଷ୍ୟ ରଖାଯାଇଛି ।

nis-ad
Leave A Reply

Your email address will not be published.