ଦେଶୀ ମଦ ସହ ସ୍କୁଟି ଜବତ, ଜଣେ ଅଟକ…

ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ବିରଞ୍ଚିପୁର ଗାଁ ଛକରେ ମଦ ଧରି ଆସୁଥିବା ଏକ ସ୍କୁଟିକୁ ଜବତ କରିବା ସହ ସମ୍ପୃକ୍ତ ମଦ ବେପାରୀକୁ ପୋଲିସ ଅଟକ କରିଥିବା ଜଣାଯାଇଛି । ଗିରଫ ବ୍ଯକ୍ତି ଜଣକ ହେଲେ ବୁଗୁଡ଼ା ଏନଏସି ଅନ୍ତର୍ଗତ ମହିମା ନଗରର ସୁବ୍ରତ କୁମାର ଜେନା । ଏ ନେଇ ଥାନାରେ କେସ୍ ନଂ ୨୧/୨୩ରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ଠାରୁ ପ୍ରକାଶ ପାଇଛି । ପ୍ରକାଶ ଯେ, ଆଜି ସନ୍ଧ୍ୟାରେ ସୁବ୍ରତ ବିରଞ୍ଚିପୁର ପଟୁ ବୁଗୁଡ଼ା ଆଡକୁ ଏକ ଲାଲ ରଙ୍ଗର ସ୍କୁଟିରେ ୩୦ ଲିଟର ଚୋରା ମଦ ଧରି ଆସୁଥିଲେ । କୌଣସି ସୂତ୍ରରୁ ଖବର ପାଇ ପୋଲିସ ଏସ୍ଆଇ ସମୀର କୁମାର ସେଠୀ ବିରଞ୍ଚିପୁର ଛକରେ ତାକୁ କାବୁ କରି ମଦ ଓ ଗାଡିକୁ ଜବତ କରିଥିଲେ ।

nis-ad
Leave A Reply

Your email address will not be published.