ଧୂମଧାମରେ ପାଳନ ହେଲା ଖଇରପୁଟ ବ୍ଲକସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ…

ଖାଇରପୁଟ : ଖଇରପୁଟ ସଦର ମହକୁମା ଆଜି ବେଶ୍ ଚଳଚଞ୍ଚଳ ହୋଇ ଉଠିଥିଲା । ଦୀର୍ଘ ଦିନର ବ୍ୟବଧାନ ପରେ ବିଭିନ୍ନ ବ୍ଲକରେ ମାଲ୍ୟବନ୍ତ ମହୋତ୍ସବ ଭଳି ମହାନ ଉତ୍ସବକୁ ଏହାର ପୁରପଲ୍ଲୀରେ ମନାଉ ଥିବାର ଏକ ଅଫୁରନ୍ତ ଆନନ୍ଦ ସବୁରି ମୁହଁରେ ଝଲସି ଉଠୁଥିଲା । ଖଇରପୁଟ ଆଜି ବ୍ଲକ ଉତ୍ସବ ପାଳନ କରୁଥିଲା ତା ନୁହେଁ, ଅପିତୁ ଏହି ଅଞ୍ଚଳର ଏକ ଐତିହାସିକ କିର୍ତ୍ତିରାଜ ବହନ କରୁଥିବା ଆମାକୁଣ୍ଡ ରୁ ଜଳ ସ°ଗ୍ରହ କରି ନାଚ ଗୀତ ଓ ବାଦ୍ୟ ବଜେଇ ଢେମସା ନାଚର ତାଳେତାଳେ ସମସ୍ତେ ଯେମିତି ମାଲ୍ୟବନ୍ତ ମହୋତ୍ସବ କୁ ସ୍ୱାଗତ କରୁଥିଲେ । ମାଲକାନଗିରି ଜିଲ୍ଲାରୁ ଆସିଥିବା ଏକ ରଥରେ ଉକ୍ତ ଜଳ କୁ ସ୍ଥାପିତ କରିବା ପରେ ଏକ କଳସ ଶୋଭାଯାତ୍ରା ଆରମ୍ଭ ହୋଇ ମା ଦାମଲଦେଇ ମନ୍ଦିର ପ୍ରାଙ୍ଗଣରେ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଅବସରରେ ମାଲକାନଗିରି ଜିଲ୍ଲାର ଜିଲ୍ଲାପାଳ ଭିଷାଲ ସି°, ବିଧାୟକ ପୁର୍ଣ୍ଣ ଚନ୍ଦ୍ର ବାକା, ମାଥିଲି ବ୍ଲକ ଅଧ୍ୟକ୍ଷ ମହେଶ୍ କୁମାର ବାକା,ଉପ ଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଡୁ, ଖଇରପୁଟ ବ୍ଲକ ବିଡ଼ିଓ ହୃଦା ରଞ୍ଜନ ସାହୁଙ୍କ ସହ ଅନେକ ଲୋକ ପ୍ରତିନିଧି ଓ ବ୍ଲକ ପ୍ରଶାସନିକ କର୍ମଚାରୀଙ୍କ ଉପସ୍ଥିତ ରେ କଳସ ଶୋଭାଯାତ୍ରା ସମାପନ ହୋଇଥିଲା । ଦିବା ୧୨ ଘଣ୍ଟିକା ସମୟରେ ସମସ୍ତ ଅତିଥି ଖଇରପୁଟ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ପାଳନ ନିମନ୍ତେ ଏକତ୍ରିତ ହୋଇଥିଲେ । ଆଜିର ବ୍ଲକ ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବକୁ ବ୍ଲକ ଅଧ୍ୟକ୍ଷ ବିଘ୍ନ କିର୍ଷାନୀ ସଭାପତିତ୍ବ କରିଥିଲାବେଳେ, ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମାଲକାନଗିରି ଶ୍ରୀ ମହେଶ୍ୱର ନାୟକ ଯୋଗଦେଇଥିବା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମାଲକାନଗିରି ଉପ- ଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଡୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବଳଭଦ୍ର ଦିପ୍ , ପିଏଆଇଟିଡିଏ ତ୍ରିନାଥ ମାଝି, ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ଡମ୍ୱରୁ ଶିଶା , ଖଇରପୁଟ ବ୍ଲକ ଉପାଧ୍ୟକ୍ଷ୍ୟା ସାବିତ୍ରୀ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ । ସର୍ବ ପ୍ରଥମେ ଠାକୁର ଜଗନ୍ନାଥଙ୍କ ବିଗ୍ରହ ରେ ପୁଷ୍ପମାଲ୍ୟ ଅର୍ପଣ କରି ପୂଜାର୍ଚ୍ଚନା କରାଯାଇଥିଲା ଓ ଶ°ଖନାଦର ଜୟ ଧ୍ୱନି ରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ବ୍ଲକ ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବର ଆବାହକ ତଥା ଖଇରପୁଟ ବ୍ଲକର ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ ହୃଦା ରଞ୍ଜନ ସାହୁ ସ°ପୁର୍ଣ କାର୍ଯ୍ୟକ୍ରମ କୁ ପୌରହିତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ନାୟକ ନିଜର ପ୍ରାରମ୍ଭିକ ଭାଷଣରେ କଳସ ଶୋଭାଯାତ୍ରା ଟିକୁ ଅତି ଆଡ଼ମ୍ବର ଓ ଶୃଙ୍ଖଳା ରକ୍ଷା କରି ଆୟୋଜନ କରିଥିବାରୁ ସେ ଖଇରପୁଟ ବ୍ଲକର ସମସ୍ତ ଲୋକ ପ୍ରତିନିଧି ଓ ପ୍ରଶାସନିକ କର୍ମଚାରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଆସନ୍ତା ୧୫ ତାରିଖ ରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣର ବାର୍ତ୍ତା ଦେଇଥିଲେ । ଏହିପରି ସମସ୍ତ ମଞ୍ଚାସୀନ ଅତିଥି ମାନେ ମାଲ୍ୟବନ୍ତ ମହୋତ୍ସବ ର ତାତ୍ପର୍ଯ୍ୟ ଓ ଏହା ପାଳନ ର ମହତ୍ ଉଦ୍ଦେଶ୍ୟ ସ°ପର୍କରେ ଅଭିମତ ରଖିଥିଲେ । ପରିଶେଷରେ ମଞ୍ଚରେ ବିଭିନ୍ନ ସା°ସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଥିଲା,ଯାହାକୁ ଦର୍ଶକ ମନ ପ୍ରାଣ ଭରି ଉପଭୋଗ କରୁଥିବା ଦେଖିବାକୁ ମିଳିଛି ।

nis-ad
Leave A Reply

Your email address will not be published.