ବୁଗୁଡ଼ା ଅଞ୍ଚଳକୁ ଲେଉଟିଲା ଶୀତ, ଜନଜୀବନ ଅସ୍ତବ୍ୟସ୍ତ…

ବୁଗୁଡ଼ା : ଗତ ମାସରେ କିଛି ଦିନ ଶୀତ ହୋଇ କୁଆଡେ ଉଭେଇ ଯାଇଥିବା ବେଳେ ଏବେ ପୁଣି ପାଞ୍ଚ ଦିନ ହେଲା ବୁଗୁଡ଼ା ଅଞ୍ଚଳକୁ ଶୀତ ଲେଉଟିଛି । ଏହି ଅଞ୍ଚଳର ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମଗୁଡ଼ିକରେ ପ୍ରବଳ ଜାଡ ଅନୁଭୂତ ହେଉଥିବା ବେଳେ ସହରାଞ୍ଚଳରେ ମଧ୍ୟ ଶୀତର ପ୍ରଭାବ ପଡୁଛି । ତାପମାତ୍ରା ୧୧ ରୁ ୧୩ ଡିଗ୍ରୀ ମଧ୍ୟରେ ରହିବା ସାଙ୍ଗକୁ କୋହଲା ପବନ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ଶୀତୁଆ ସକାଳରେ କୌଣସି କାମରେ ଘରୁ ପଦାକୁ ବାହାରିବାକୁ କଷ୍ଟ ଲାଗୁଥିବା ବେଳେ ରାତିରେ ଶୀଘ୍ର ବଜାର ଘାଟ ଖାଲି ହୋଇଯାଉଛି । ଶୀତର ପ୍ରକୋପରେ ଆବାଳବୃଦ୍ଧବନିତା ପ୍ରଭାବିତ ହେଉଛନ୍ତି । ବିନା ଶୀତ ବସ୍ତ୍ରରେ ପଦାକୁ ବାହାରିବା ମୁସ୍କିଲ ହୋଇପଡୁଥିବା ବେଳେ ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁର ଆଶ୍ରୟ ନେଉଥିବା ଦେଖିବାକୁ ମିଳୁଛି ।

nis-ad
Leave A Reply

Your email address will not be published.