ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଉଛି: ଧର୍ମେନ୍ଦ୍ର

ଭୁବନେଶ୍ବର: ରାଜ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଉଛି ବୋଲି ରବିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ମୋଦୀଙ୍କ ହାତମୁଠାକୁ ଟାଣ କରିବା ପାଇଁ କାର୍ଯ୍ୟକର୍ତ୍ତାମାନେ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ପଡିବ ବୋଲି ସେ କହିଛନ୍ତି। କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନମଣ୍ଡଳୀର କର୍ମବୀର ଗୌରିଶଙ୍କର ରାୟଙ୍କ ମାଟି ନିଶ୍ଚିତକୋଇଲି ଠାରେ ଆୟେଜିତ ସାଧାରଣ ସଭାରେ ଯୋଗଦେଇ କାର୍ଯ୍ୟକର୍ତ୍ତାମାନଙ୍କୁ ବୁଥ ସ୍ତରରେ ସଂଗଠନକୁ ସୁଦୃଢ଼ କରିବା ସହ ଓଡ଼ିଶାର ୧ କୋଟି ଘରେ ପ୍ରଧାନମନ୍ତ୍ରୀ ଙ୍କ ବାର୍ତ୍ତା ପହଞ୍ଚାଇବା ପାଇଁ ପରାମର୍ଶ ଦେଇଛନ୍ତି। 

ଏହି ଅବସରରେ ଶ୍ରୀ ପ୍ରଧାନ ରାଜ୍ୟରେ ଲମ୍ବା ସମୟ ଧରି ଥିବା ଶାସନର ଅବ୍ୟବସ୍ଥାର ମୁଖର ପ୍ରବକ୍ତା ହେବା ପାଇଁ ପଡିବ । ଏଥିପାଇଁ ଆମେ ଅକ୍ଳାନ୍ତ ପରିଶ୍ରମ କରିବାକୁ ହେବ। ଗରିବ, ମହିଳା, ଚାଷୀ, ଜନଜାତି, ଯୁବକଙ୍କ ପାଇଁ ଲଢେଇ କରିବା ବୋଲି କହିଛନ୍ତି।

ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନମଣ୍ଡଳୀ ନିଶ୍ଚିତକୋଇଲି ଠାରେ ଦଳ ପକ୍ଷରୁ ଆୟୋଜିତ ‘ପଦଯାତ୍ରା’ରେ ସାମିଲ ହୋଇଥିଲେ। ପଦଯାତ୍ରାରେ କାର୍ଯ୍ୟକର୍ତ୍ତା ଉତ୍ସାହ ଓ ସ୍ଥାନୀୟବାସୀଙ୍କ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଥିଲେ।

nis-ad
Leave A Reply

Your email address will not be published.