ପଞ୍ଚାୟତସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ…

ଫୁଲବାଣୀ :- ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶକ୍ରମେ ପ୍ରତ୍ୟେକ ପଞ୍ଚାୟତ ସ୍ଥରରେ କ୍ରୀଡାକୁ ପ୍ରୋତ୍ସାହନ ଯୋଗାଇ ଦେବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସୁବିଧା ଯୋଗାଇ ଦିଆଯାଇଛି l ସେହିପରି ଫୁଲବାଣୀ ବ୍ଳକ ଅନ୍ତର୍ଗତ ବିଶିପଡ଼ା ଠାରେ ମଧ୍ୟ ବିଶି ପଡା ସରପଞ୍ଚଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କବାଡ଼ି, ଫୁଟବଲ,ବ୍ୟାଡ ମିଣ୍ଟନ୍ ଓ ଖୋ ଖୋ ଆଦି ବିଭିନ୍ନ ପ୍ରକାରର କ୍ରୀଡା ପ୍ରତିଯୋଗିତା ଗତ ୩/୧/୨୦୨୩ ଠାରୁ ଆରମ୍ଭ ହୋଇଥିଲା l ଏହି କ୍ରୀଡା ପ୍ରତିଯୋଗିତାରେ ସ୍ଥାନୀୟ ସରପଞ୍ଚ ସାକା ଳୀ କହଁର, ଚେୟାରମ୍ୟାନ ସସ୍ମିତା କହଁର,ମୁଖ୍ୟ ଅତିଥି ଭାବରେ ବିଡିଓ ପ୍ରବିଣ କୁମାର ବାଣୁଆ ଯୋଗ ଦେଇଥିବା ବେଳେ , ଅନ୍ୟତମ ଅତିଥି ଭାବେ ଯେ ଆର ଏସ କୃଷ୍ଣ ଚନ୍ଦ୍ର ସାହୁ, ନାୟବ ସରପଞ୍ଚ ସଞ୍ଜୀବ କୁମାର ଦିଗାଲ, ପିଓ ସୁବ୍ରତ ମଲ୍ଲିକ, ୱାର୍ଡ ମେମ୍ବର ପ୍ରତିମା ସାହାଣୀ ଓ ଶରତ ଚନ୍ଦ୍ର ପ୍ରମୁଖ ଉପସ୍ଥିତ ରହି ଖେଳକୁ ଉପଭୋଗ କରିବା ସହିତ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ l ଏହି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାମାଞ୍ଚଳରେ ଲୁକ୍କାୟିତ ହୋଇ ରହିଥିବା ଖେଳାଳୀ ମାନଙ୍କୁ ଲୋକ ଲୋଚନକୁ ଆଣିବା ବୋଲି ମୁଖ୍ୟ ଅତିଥି ତାଙ୍କର ବକ୍ତବ୍ୟ ରଖିଥିଲେ l

nis-ad
Leave A Reply

Your email address will not be published.