ଆଜି ପାଳତି ହୋଇଛି ପବିତ୍ର ପୁଷ୍ୟାଭିଷେକ ନୀତି, ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ପ୍ରଭୁ…

ଆଜି ପବିତ୍ର ପୌଷ ପୂର୍ଣ୍ଣିମା। ଆଜିର ତିଥିରେ ମହାପ୍ରଭୁଙ୍କ ଅନୁଷ୍ଠିତ ହୋଇଥାଏ ପୁଷ୍ୟାଭିଷେକ ବା ଦେବାଭିଷେକ ନୀତି। ପୁରାଣ ମତ ଅନୁସାରେ ରାମଚନ୍ଦ୍ର ଚଉଦବର୍ଷ ବନବାସ ପରେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରି ରାଜ୍ୟଭାର ଗ୍ରହଣ କରିବା ପୂର୍ବରୁ ତାଙ୍କର ରାଜାଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥିଲା ।ଆଜିର ଦିନରେ ମାନେ ପୌଷ ପୂର୍ଣ୍ଣିମା ଏହା କରାଯାଇଥିଲା। ପୌଷ ପୂର୍ଣ୍ଣିମା ଦିନ ଏହାକୁ ଏକ ସ୍ମୃତି ରୂପେ ଗ୍ରହଣକରି ପ୍ରତିବର୍ଷ ଏହି ଦିନ ଦେବମନ୍ଦିର ମାନଙ୍କରେ ଠାକୁରମାନଙ୍କର ପୁଷ୍ୟାଭିଷେକ ହୋଇଥାଏ । ଏହିଦିନ ଶ୍ରୀ ଜୀଉମାନଙ୍କର ପୁଷ୍ୟାଭିଷେକ ହୁଏ ।

ମହାପ୍ରଭୂଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହା ଏକ ଅନନ୍ୟ ଉତ୍ସବ। ଆଜି ରତ୍ନସିଂହାସନରେ ଶ୍ରୀଜୀଉ ରାଜରାଜେଶ୍ୱର ବେଶ ବା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଗତକାଲି ଅଧିବାସ ହୋଇ ରହିଥିବା ଘିଅ ମିଶ୍ରିତ ୧୦୮ ଗରା ଜଳରେ ଚନ୍ଦନ ଲାଗି ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅଭିଷେକ କରାଯାଇଥିଲା। ପରେ ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ପାଇ ଶ୍ରୀଦେବୀ ପାଲିଙ୍କିରେ ମା ଲକ୍ଷ୍ମୀଙ୍କ ମନ୍ଦିର ଜଗମୋହନକୁ ବିଜେ କରିଥିଲେ। ଏହାପରେ ରତ୍ନସିଂହାସନରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିଲା। ମସ୍ତକରେ କିରିଟ, ପାଦରେ ଶ୍ରୀପୟର, ହାତରେ ଶ୍ରୀଭୁଜ, ହରିଡ଼ାମାଳ, ବାହାଡା ମାଳ, ସେବତୀମାଳ, ଆଡ଼କାନି, ଚନ୍ଦ୍ର ସୂର୍ଯ୍ୟ ଆଦି ବିବିଧ ପ୍ରକାର ସ୍ଵର୍ଣ ଅଳଙ୍କାରରେ ମହାପ୍ରଭୁ ମାନେ ରାଜରାଜେଶ୍ୱର ବେଶରେ ବିଭୂଷିତ ହୋଇଛନ୍ତି।

ସେହିପରି କଟକ ଜିଲ୍ଲା ନେମାଳ ମଠରେ ପୁଷ୍ୟାଭିଷେକ ପାଳନ କରାଯାଉଛି। କଟକ ଜିଲ୍ଲାର ମହାପୁରୁଷ ଅଚୁତାନନ୍ଦଙ୍କ ପ୍ରସିଦ୍ଧ ପଦ୍ମବନ ପୀଠ ନେମାଳ ମଠ ରେ ପାଳନ ହେଉଛି ପୁଷ୍ୟାଭିଷେକ ଉତ୍ସବ । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ଏହି ପୀଠ । ସକାଳୁ ଠାକୁରଙ୍କ ଵିଭିନ୍ନ ନୀତିକାନ୍ତି କରାଯାଉଥିବା ବେଳେ ବହୁ ଦୂରରୁ ଭକ୍ତ ମାନଙ୍କ ଗହଳି ଲାଗିଥିଲାା ।

nis-ad
Leave A Reply

Your email address will not be published.