ଦକ୍ଷତାର ବିକାଶ ଛାତ୍ର ଜୀବନର ମୂଳମନ୍ତ୍ର…

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ଉଦ୍ୟୋଗୀ ଏବଂ ବୃତ୍ତି କେନ୍ଦ୍ର (ଇଉ.ଇ.ସି.ଏଚ.) ଅନୁକୁଲ୍ୟରେ ଏକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଡି.ପି.ସି ଓ ଟୁର ଡି.ଜି.ଏମ ଦୀପକ ସ୍ୱାଇଁ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ।

ଛାତ୍ର ଜୀବନରେ ମନର ପ୍ରଶ୍ନ, ଆଶା ଓ ଅକକ୍ଷା ହିଁ ଆଗକୁ ଦକ୍ଷତା ଶିକ୍ଷା ଲାଭ କରିବାରେ ସାହାଯ୍ୟ କରେ। ତେଣୁ ଦକ୍ଷ ହେବା ପାଇଁ ଯେଉଁ ଶିକ୍ଷା ଦରକାର ତାହା ଆଜିର କାର୍ଯ୍ୟକ୍ରମ ରୁ ଶିଖିବା ପାଇଁ ଶ୍ରୀ ସ୍ବାଇଁ ମତ ଦେଇଥିଲେ।

ବିଶ୍ୱବିଦ୍ୟାଳୟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ମହାପାତ୍ର ଏଥିରେ ଯୋଗଦେଇ କହିଥିଲେ ଯେ ଛାତ୍ରଛାତ୍ରୀ ମାନଙ୍କୁ ବ୍ୟବସାୟିକ ଶିକ୍ଷା ଆଗାମୀ ଦିନରେ ବିଦ୍ୟାଳୟ ପାଠ୍ୟ ଖସଡ଼ାରେ ବାଧ୍ୟତମୂଳକ ହେବlକୁ ଯାଉଛି। ତେଣୁ ଆଜିର କାର୍ଯ୍ୟକ୍ରମରେ ଦକ୍ଷତା ଶିକ୍ଷା ଉତ୍କଳ ବିଶ୍ଵବିଦ୍ୟାଳୟରୁ ଆରମ୍ଭ ହୋଇଥିବାରୁ ଛାତ୍ରଛାତ୍ରୀମାନେ ଅନେକ ଉପକୃତ ହେବେ ବୋଲି ଆଶା ଓ ବିଶ୍ବାସ ପ୍ରକାଶ କରିଥିଲେ।

ଇଉ.ଇ.ସି.ଏଚ.ର ନିର୍ଦ୍ଦେଶକ ପ୍ରଫେସର ଅବିଦ ଅଲି ଖାଁ ଛାତ୍ରଛାତ୍ରୀମାନଙ୍କୁ ବ୍ୟବସାୟିକ ଶିକ୍ଷା, ଦକ୍ଷତା ଶିକ୍ଷା ଓ କୁଶଳତା ଶିକ୍ଷାର ଉଦ୍ଦେଶ୍ୟ, ଆବଶ୍ୟକତା ଓ ସଠିକ୍ ଉପଯୋଗୀତା ବିଷୟରେ ବୁଝାଇଥିଲେ।

ରୁସାର ଆଉଟରିଚ୍ ପ୍ରୋଗ୍ରାମ ମ୍ୟାନେଜର ସ୍ଵାତୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲାବେଳେ ଅନନ୍ୟା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ | ଏଥିରେ ୧୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.