ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମ ନେଇ ସ୍ୱୀକୃତି ଦେଇଛି FIH : କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ବର: ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ କାହିଁକି ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମ, ତା’ର ଜବାବ ରଖିଛନ୍ତି କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା । କହିଛନ୍ତି ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମ ନେଇ ସ୍ୱୀକୃତି ଦେଇଛି FIH ।

ସିଟିଂ କ୍ଷମତା ଆଧାରରେ ଏହା ବିଶ୍ୱର ସର୍ବବୃହତ ଷ୍ଟାଡିୟମ ବୋଲି FIH ସ୍ୱୀକୃତି ଦେଇଥିବା କ୍ରୀଡାମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ତେବେ ସୋସିଆଲ ମିଡିଆରେ ଲାହୋର, ଆମେରିକାରେ ବଡ଼ ହକି ଷ୍ଟାଡିୟମ ଥିବା ନେଇ ଚର୍ଚ୍ଚା ହେଉଛି । ଲାହୋରରେ ଅବଶ୍ୟ ୪୫ ହଜାର ଦର୍ଶକ ବସିବା ପାଇଁ କ୍ଷମତା ଅଛି । କିନ୍ତୁ FIH ଏହାକୁ ଅନୁମୋଦନ ଦେଇ ନାହିଁ।  FIH ସ୍ୱୀକୃତି ଆଧାରରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ବୋଲି ସ୍ପଷ୍ଟ ହୋଇଛି ।

nis-ad
Leave A Reply

Your email address will not be published.