ଉଡୁପାରେ ବନ ବିଭାଗ ପକ୍ଷରୁ ଆମ ଜଙ୍ଗଲ ଯୋଜନା ବୈଠକ ସହ ବନ ସୁରକ୍ଷା ସମିତି ଗଠନ…

ମାଲକାନଗିରି, ୫।୧ : ମାଲକାନଗିରି ଆଜି ଉଡୁପା ଗ୍ରାମ ପଞ୍ଚାୟତ ଠାରେ ବନ ବିଭାଗ ପକ୍ଷରୁ ଆମ ଜଙ୍ଗଲ ଯୋଜନା ମାଧ୍ୟମରେ ଏକ ବନ ସୁରକ୍ଷା ସମିତି ଗଠନ କରିବା ଉଦ୍ଦେଶ୍ୟରେ ଏକ ସଭା ଗ୍ରାମ ମଧ୍ୟସ୍ଥଳରେ ଆୟୋଜନ ହୋଇ ଯାଇଛି । ଗ୍ରାମର ପ୍ରାପ୍ତ ବୟସ୍କ ମହିଳା ଓ ପୁରୁଷ ଲୋକଙ୍କୁ ନେଇ ସ୍ଥାନୀୟ ବନ ବିଭାଗର ଅଧିକାରୀ ଓ ସୃଷ୍ଟି ସ୍ବେଛାସେବୀ ଅନୁଷ୍ଠାନର ଟିମ ଲିଡର ପ୍ରମୁଖଏନକେ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସହ ନୂତନ ଜଙ୍ଗଲ ଅଭିବୃଦ୍ଧି ଓ ବନ୍ୟଜନ୍ତୁ ସୁରକ୍ଷା ବାବଦରେ ଆଲୋଚନା ମାନ ହୋଇଥିଲା । ଗ୍ରାମ ବାସୀଙ୍କ ସହମତିରେ ଏକ କମିଟି ଗଠନ କରାଯାଇ ଆଗାମୀ ଦିନର କାର୍ଯ୍ୟପନ୍ଥା ସ୍ଥିର କରାଯାଇ ସଭା ସମାପ୍ତ କରାଯାଇଥିଲା ।

nis-ad
Leave A Reply

Your email address will not be published.