ରୋଗୀଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ମାନବିକତା ପ୍ରଦର୍ଶନ କଲେ ଜିଲ୍ଲା ପରିଷଦ ସଦସ୍ୟ…

ମାଲକାନଗିରି : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ୍ ଜୋନ୍-୨ ଜିଲ୍ଲା ପରିଷଦ ଶ୍ରୀ ମଙ୍ଗୁ ଖିଲ ଆଜି ମଧ୍ୟାହ୍ନ ପ୍ରାୟ ୧୧.୦୦ ଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ରୋଗୀଙ୍କୁ ଆଣି ଅପେକ୍ଷା କରି ଉଦାହରଣ ସୃଷ୍ଟି କରିଛନ୍ତି । ପ୍ରକାଶ ଥାଉ କି ନାକାମାମୁଡ଼ି ପଞ୍ଚାୟତ ଅନ୍ତର୍ଗତ ମୁଦୁଲିଗୁଡା ଗ୍ରାମର ବେଣୁ ହନ୍ତାଳଙ୍କ ପତ୍ନୀ ସୁନିତା ସାହୁଙ୍କ ଦେହ ଖରାପ କାରଣରୁ ଆଜି ସକାଳେ ବେଣୁ ନିଜେ ଜିଲ୍ଲା ପରିଷଦ ଶ୍ରୀ ମଙ୍ଗୁ ଖିଲଙ୍କୁ ଯୋଗାଯୋଗ କରିଥିଲେ । ଖବର ପାଇ ଖୋଦ୍ ମଙ୍ଗୁ ଖିଲ ନିଜେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆସି ପହଞ୍ଚିଥିଲେ । ତେବେ ହସ୍ପିଟାଲ୍ ପହଞ୍ଚି ଡାକ୍ତରଙ୍କ ସହ ରୋଗୀ ବାବଦରେ ପରାମର୍ଶ କରି ଅସ୍ତ୍ରୋପଚାର ପାଇଁ ପ୍ରାୟ ଅଢେ଼ଇ ଘଣ୍ଟା ଧରି ଅପେକ୍ଷା କରି ବସିଥିବା ଦେଖିବାକୁ ମିଳିଛି । ତେବେ ଏଥିରେ କୌଣସି ବିରାଟ କଥା ଟିଏ ନାହିଁ। କିନ୍ତୁ ଆଜି ସମୟରେ ଜନତାଙ୍କ ସେବା ପାଇଁ ସମ୍ବିଧାନର ଶପଥ ଗ୍ରହଣ କରି ସୁଦ୍ଧା ନିର୍ବାଚନରେ ଜୟଲାଭ କରି ଜନତା ଜନାର୍ଦ୍ଦନଙ୍କ ମୁହଁକୁ ମଧ୍ୟ ନ ଚାହୁଁଥିବା ନେତୃତ୍ଵଙ୍କ ସଂଖ୍ୟା କିଛି କମ୍ ନାହିଁ । ଏପରି ଏକ ପରିସ୍ଥିତିରେ ନିଜେ ରୋଗୀକୁ ଆଣି ଚିକିତ୍ସା କରାଇ ଘରେ ଛାଡ଼ି ଆଜି ଏକ ପ୍ରକୃତ ଜନନେତାର ଭୂମିକା ନେଇଛନ୍ତି ଶ୍ରୀ ମଙ୍ଗୁ ଖିଲ । ତେବେ ତାଙ୍କର ଏଭଳି ନିସ୍ୱାର୍ଥପର ସେବା ମନିବୃତ୍ତି କାରଣରୁ ସାଧାରଣରେ ଖୁବ୍ ପ୍ରଶଂସା କରାଯାଇଥିବାର ଦେଖିବାକୁ ମିଳିଛି ।

nis-ad
Leave A Reply

Your email address will not be published.