ଓଡ଼ିଶାରେ ଆରମ୍ଭ ହେଲା 5G ସେବା

ଭୁବନେଶ୍ୱର: ଓଡ଼ିଶାରେ ଆରମ୍ଭ ହେଲା ଫାଇଭ ଜି ସେବା । କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଫାଇଭ ଜି ସେବାର ଶୁଭାରମ୍ଭ କରିଛନ୍ତି । ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଛନ୍ତି । ପ୍ରଥମେ ରାଜ୍ୟର ମୁଖ୍ୟ ସହର ଗୁଡ଼ିକ 5G ନେଟୱର୍କ ସହ ଯୋଡ଼ି ହେବ । ଓଡ଼ିଶାରେ ୫ ହଜାର ଟାଓ୍ଵାର ୭ ହଜାର ଗାଁକୁ ସଂଯୋଗ କରିବ । କିଛି ସପ୍ତାହ ଭିତରେ ଆଉ ୫ଟି ସହରରେ ଉପଲବ୍ଧ ହେବ ୫ଜି ସେବା ।  ଆଜି ପ୍ରଥମ ପର୍ଯ୍ୟାୟରେ ୧୦୦ ଟି ଟାଓ୍ଵାର ଉଦ୍‌ଘାଟନ ହୋଇଛି ।

ଓଡ଼ିଶାର ପ୍ରତିଟି ଗାଁକୁ ମିଳିବ ୫ ଜି ସେବା । ଏଥିପାଇଁ କେନ୍ଦ୍ରସରକାର ଓଡ଼ିଶାକୁ ଦେଇଛନ୍ତି ୫୬୦୦ କୋଟି ଟଙ୍କା ଦେଇଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି । ଏହି ସେବା ରିଲାଏନ୍ସ, ଏୟାରଟେଲ ଓ ଜିଓ ଯୋଗାଉଛନ୍ତି । ଧୀରେ ଧୀରେ ଗ୍ରାମାଞ୍ଚଳରେ ମଧ୍ୟ ଏହା ଉପଲବ୍ଧ ହେବ ।

ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍ ଏହି ସେବା ପ୍ରଦାନ କରିବେ । ରାଜ୍ୟରେ ଫାଇଭ୍ ଜି ସେବା ପାଇଁ ଜାନୁଆରୀ ୨ ତାରିଖ ସୁଦ୍ଧା ୫୦୧ଟି ବିଟିଏସ୍ ପ୍ରସ୍ତୁତ ହୋଇସାରିଛି । ଜାନୁଆରୀ ୨୬ ପୂର୍ବରୁ ରାଜ୍ୟରେ ଫାଇଭ୍ ଜି ସେବା ଆରମ୍ଭ ହେବ ବୋଲି ପୂର୍ବରୁ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଥିଲେ ।

ଦେଶରେ ଗତବର୍ଷ ଅକ୍ଟୋବର ପହିଲାରେ ଫାଇଭ୍ ଜି ସେବା ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଛି । ଫାଇଭ୍ ଜି ସେବା ଆରମ୍ଭ ହେଲେ ଟେଲିକମ୍ ଓ ଇଣ୍ଟରନେଟ୍ ଗ୍ରାହକମାନେ ଉନ୍ନତମାନର ସେବା ପାଇବେ । 4G ତୁଳନାରେ ୫ଜି ସେବାରେ ଉପଭୋକ୍ତାଙ୍କୁ ଅଧିକ ବୈଷୟିକ ସହାୟତା ମିଳିବ ।

5G ମାଧ୍ୟମରେ ଇଣ୍ଟରନେଟ ଡାଉନ୍ ଲୋଡ୍ ସ୍ପିଡ ୧୦ଜିବିପିଏସ ପ୍ରତି ସେକେଣ୍ଡ ମିଳିବ । 4Gରେ ଏହା ଏକ ଜିବିପିଏସରେ ସୀମିତ ରହିଛି । ଅର୍ଥାତ ୪ଜି ତୁଳନାରେ ୫ଜିରେ ଡାଉନ୍ ଲୋଡ୍ ସ୍ପିଡ ୧୦ଗୁଣ ଅଧିକ । 5Gରେ ବିନା ବାଧାରେ ଇଣ୍ଟରନେଟ୍ ସେବା, ଅଧିକ ବିଶ୍ୱସନୀୟ ସଂଚାର ସେବା ମିଳିବ ।

nis-ad
Leave A Reply

Your email address will not be published.