ପ୍ରଧାନ ଶିକ୍ଷକଙ୍କୁ ମଦ୍ୟପ ବ୍ୟକ୍ତିଙ୍କ ଆକ୍ରମଣ, ମଦ୍ୟପକୁ ଉଲଗ୍ନ କରି ଗଛରେ ବାନ୍ଧିଲେ…

କରଞ୍ଜିଆ : ଶୁକୃଲି ବ୍ଲକ ର ଦେଉଳି ବିଦ୍ୟାଳୟରେ ଏକ ଅଭାନୀୟ ଘଟଣା ଘଟିଯାଇଛି । ମଧ୍ୟାହ୍ନ ଭୋଜନରେ ସମୟରେ ଜଣେ ମଦ୍ୟପ ବ୍ୟକ୍ତି, ପ୍ରଧାନ ଶିକ୍ଷକ ଶିବ ଶଙ୍କର ନାଏକଙ୍କୁ ଆକ୍ରମଣ କରିବା ପରେ ବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖାଯାଇଛି ।

ଏହି ଖବର ଗାଁ ଲୋକମାନେ ଜାଣିବା ପରେ ବିଦ୍ୟାଳୟ ପରିସରରେ ପହଞ୍ଚି ମଦ୍ୟପ ବ୍ୟକ୍ତିକୁ କାବୁ କରି ଉଲଗ୍ନ ଭାବେ ଗଛରେ ବାନ୍ଧିଥିଲେ । ଗୁରୁତର ଆହତ ହୋଇଥିବା ପ୍ରଧାନ ଶିକ୍ଷକ ଶିବ ଶଙ୍କର ନାଏକଙ୍କୁ ଚିକିତ୍ସା ପାଇଁ କରଞ୍ଜିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କେନ୍ଦୁଝର ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

nis-ad
Leave A Reply

Your email address will not be published.