ଆମ୍ବୁଲାନ୍ସରୁ ୯୪ କେଜିର ଗଞ୍ଜେଇ ଜବତ, ୨ ଗିରଫ…

ବୌଦ୍ଧ: ଏକ ଘରୋଇ ଆମ୍ବୁଲାନ୍ସରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ପୋଲିସ୍‌ । ଏଥିରେ ୨ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ବୌଦ୍ଧ ଜିଲ୍ଲା ଅଙ୍କୁନ ଗାଁର ପ୍ରଶାନ୍ତ ଗୁରୁ ଏବଂ ବରଗଡ଼ ସହରର କୈଳାସ ସିଂ ।

କନ୍ଧମାଳ ଜିଲ୍ଲା ଗୋଛାପଡା ଅଞ୍ଚଳରୁ ଆମ୍ବୁଲାନ୍ସ ଯୋଗେ ଗଞ୍ଜେଇ ଆସୁଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା । ଚଢ଼ାଉ କରି ଗୁନ୍ଦୁଲିଆ ରାସ୍ତାରୁ ଗଞ୍ଜେଇ ଜବତ ହୋଇଥିବା ସୂଚନା ଦେଇଛି ପୋଲିସ୍‌ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା SDPO ଆନନ୍ଦ ବର୍ଦ୍ଧନ ଗୁରୁ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.