ଆଉ ୨୫ ଲକ୍ଷ ମହିଳାଙ୍କୁ ମିଳିବ ପ୍ରଥମ କିସ୍ତି ସୁଭଦ୍ରା ଟଙ୍କା

ଭୁବନେଶ୍ବର: ସୁଭଦ୍ରା ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସୁଭଦ୍ରା ଯୋଜନାରେ ୨୫ ଲକ୍ଷ ମହିଳା ସାମିଲ ହୋଇସାରିଥିବାବେଳେ, ସେମାନଙ୍କୁ ପ୍ରଥମ କିସ୍ତି ଟଙ୍କା ମିଳି ସାରିଛି । କିଛି ଦିନ ଭିତରେ ସୁଭଦ୍ରା ଯୋଜନାରେ ଆଉ ୨୫ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ । ଏହି ପରି ୧ କୋଟି ମହିଳାଙ୍କୁ ପର୍ଯ୍ୟାୟ କ୍ରମେ ଟଙ୍କା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେହିପରି କିଛି ସମୟ ପୂର୍ବରୁ ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ ଯେ, ୨ ଦିନ ପୂର୍ବେ ଯାହା ରିଭ୍ୟୁ ନେଇଥିଲି ପ୍ରାୟ ୯୨ ଲକ୍ଷ ଲୋକ ସୁଭଦ୍ରା ଯୋଜନା ପାଇଁ ଆବଦେନ କରିଥିଲେ । ୨୫ ଲକ୍ଷ ୧୧ ହଜାର ଲୋକଙ୍କ ଖାତାକୁ ଟଙ୍କା ଯାଇଛି । ଆଉ ଏକ ସପ୍ତାହ ମଧ୍ୟରେ ୧ କୋଟି ଲୋକଙ୍କ ଆବଦେନ ଆସିଯିବ ।

ଆଗ ପଛ ହୋଇ ସମସ୍ତେ ନିଶ୍ଚିତ ପାଇବେ । ଆସନ୍ତା ମାର୍ଚ୍ଚ ୮ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ଦିଆଯିବ। ହେଲେ ଦ୍ୱିତୀୟ କିସ୍ତି ଟଙ୍କା ଏକକାଳୀନ ସମସ୍ତ ୧ କୋଟି ହିତାଧିକାରୀଙ୍କୁ ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

nis-ad
Leave A Reply

Your email address will not be published.