ବୁଗୁଡ଼ାରେ ଭ୍ରାମ୍ୟମାଣ ଶୌଚାଳୟ ପାଲଟିଛି ପ୍ରହସନ…

ବୁଗୁଡ଼ା : ବୁଗୁଡ଼ା ସହରର ଦୁଇଟି ସ୍ଥାନରେ ଏନଏସି ପକ୍ଷରୁ ରଖା ଯାଇଥିବା  ଭ୍ରାମ୍ୟମାଣ ଶୌଚାଳୟ ପ୍ରହସନ ପାଲଟିଛି। ଦେଢ ବର୍ଷରୁ ଉର୍ଦ୍ଧ୍ବ  ହେଲା ଲୋକ ଦେଖାଣିଆ ଥୁଆ ହେଇଛିଭ୍ରାମ୍ୟମାଣ ଶୌଚାଳୟ, ନା ହୋଇଛି ପାଣି ବ୍ୟବସ୍ଥା ନା ଖୋଲା ଯାଇଛି ତାଲା । ଫଳରେ ଲୋକେ ପୂର୍ବରୁ ଯେଉଁ ରାସ୍ତା କଡ଼େ ପରିସ୍ରା କରୁଥିଲେ ଏବେ ସେମିତି ହିଁ ପରିସ୍ରା କରିବାକୁ ବାଧ୍ୟ ହେଉଛନ୍ତି । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ସହରରେ । ସହରର ପଞ୍ଚା ଗଳି ଓ ପଶୁ ଚିକିତ୍ସାଳୟ ପରିସରରେ ଅଧିକାଂଶ ଯାତ୍ରୀ ଓ ଜନସାଧାରଣ ପରିସ୍ରା କରୁଥିବାରୁ ଏହାକୁ ଦୃଷ୍ଟିରେ ରଖି ବୁଗୁଡ଼ା ଏନଏସି ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ପୁରୁଷ ଓ ମହିଳା ମାନଙ୍କ ପାଇଁ ଅଲଗା ଅଲଗା ବଖରା ଥିବା ଦୁଇଟି ଭ୍ରାମ୍ୟମାଣ ଶୌଚାଳୟ ସ୍ଥାପନ କରାଯାଇଛି । ତେବେ ରଖିବା ଦିନଠୁଁ ଆଜି ପର୍ଯ୍ୟନ୍ତ ଆଜି ପର୍ଯ୍ୟନ୍ତ ଦୀର୍ଘ ଦେଢ ବର୍ଷରୁ ଉର୍ଦ୍ଧ ହେଲା ସେମିତି ତାଲା ପଡି ରହିଥିବାରୁ  ଲୋକେ ସେହି ଶୌଚାଳୟ କଡ଼ରେ ହିଁ ପରିସ୍ରା କରୁଥିବା ଦେଖିବାକୁ ମିଳୁଛି । ପୁରୁଷମାନେ ଯେନତେନ ପ୍ରକାରେ କାମ ଚଳାଇ ଦେଉଥିବା ବେଳେ ମହିଳାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବୁଗୁଡ଼ା ଏନଏସି ପ୍ରଶାସକଙ୍କ କବଜାରେ ଥିବାବେଳେ ଏହି ଭ୍ରାମ୍ୟମାଣ ଶୌଚାଳୟ ବ୍ଯବସ୍ଥା ଆରମ୍ଭ ହୋଇ ଏବେ ଜନ ପ୍ରତିନିଧି ନିର୍ବାଚିତ ହେବାର ୮ ମାସ ବିତିଯାଇଥିଲେ ସୁଦ୍ଧା ସେହି ଅବ୍ଯବସ୍ଥାରେ କୌଣସି ପରିବର୍ତ୍ତନ ଆସିନି l କେବଳ ଲୋକ ଦେଖିବାକୁ ଶୌଚାଳୟ ହୋଇଛି ପରିସ୍ରା କରିବାକୁ ନୁହେଁ ବୋଲି  ସାଧାରଣରେ ଚର୍ଚ୍ଚା ହେଉଛି । ତେଣୁ, ଏନ୍ଏସି ପ୍ରଶାସନ ଆଉ କାଳ ବିଳମ୍ବ ନକରି ଶୌଚାଳୟ ଗୁଡିକୁ କାର୍ଯ୍ଯକ୍ଷମ କରିବା ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି  ।

nis-ad
Leave A Reply

Your email address will not be published.