ନବବର୍ଷରେ ମନ୍ତ୍ରୀ ଓ ଅଧ୍ୟକ୍ଷାଙ୍କୁ ଶୁଭେଚ୍ଛାର ସୁଅ…


ଚିକିଟି : ଧରାପୃଷ୍ଠରୁ ୨୦୨୨ମସିହା ବିଦାୟ ନେଇ ୨୦୨୩ ଇଂରାଜୀ ନବ ବର୍ଷ ଆରମ୍ବ ହୋଇଥିବା ବେଳେ ନିଜ ପ୍ରିୟଜନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ପାଇଁ ସମସ୍ତେ ଉତ୍କଣ୍ଠା ର ସହିତ ଅପେକ୍ଷା କରିଥିଲେ।ରବିବାର ଭର ୨୦୨୩ ନୂଆ ବର୍ଷର ପ୍ରଥମ ସକାଳ ରେ ଅଞ୍ଚଳର ସମସ୍ତ ଦେବାଳୟ ଦିଅ ଦର୍ଶନ ପାଇଁ ଭିଡ ଦେଖିବାକୁ ମିଳିଥିଲା।ସେହିପରି ଅଞ୍ଚଳର ବିଭିନ୍ନ ମାନ୍ୟ ଗଣ୍ୟ ବ୍ୟକ୍ତି ସମେତ ପଦାଧିକାରୀ ଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା।ସେହିପରି ସ୍ଥାନୀୟ ବିଧାୟିକା ତଥା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷାଦେବୀ ଙ୍କ ବାସ ଭବନ ରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ବିଜେଡ଼ି କର୍ମୀ, ନେତା, ଶୁଭେଚ୍ଛୁ ପହଞ୍ଚି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିବା ବେଳେ ବ୍ଲକ ଅଧ୍ୟକ୍ଷ ଙ୍କ ସହିତ ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସାଙ୍ଗକୁ ଚିକିଟି ଏନ ଏ ସି ର ସମସ୍ତ କାଉନସିଲର ଓ ଅଧ୍ୟକ୍ଷା ପହଞ୍ଚି ମନ୍ତ୍ରୀ ଉଷାଦେବୀ ,ବରିଷ୍ଟ ସଙ୍ଗଠକ ସୁରେନ୍ଦ୍ର ମଣ୍ଡଳ, ଯୁବ ସଙ୍ଗଠକ ଶ୍ରୀରୁପ ଦେଓ ଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ନବ ବର୍ଷର ଅଭିନନ୍ଦନ ଜଣାଇଥିଲେ।ବିଧାୟିକା ସମେତ ଦୁଇ ସଙ୍ଗଠକ ସମସ୍ତ କର୍ମୀ, ଶୁଭେଚ୍ଛୁ ଓ ନେତାଙ୍କୁ ନବ ବର୍ଷର ଅଭିନନ୍ଦନ ଜ୍ଞାପନ କରିଥିଲେ।ଏଥିରେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ ସାମିଲ ଥିଲେ।ସେହିପରି ଏନ ଏ ସି ଅଧ୍ୟକ୍ଷା ଦୀପା କୁମାରି ସାହୁ ଙ୍କୁ ମଧ୍ୟ ସମସ୍ତ କାଉନସିଲର, ବିଜେଡ଼ି କର୍ମୀ,ସମସ୍ତ କର୍ମଚାରୀ ଓ ଜନସାଧାରଣ ପହଞ୍ଚି ଶୁଭେଚ୍ଛା ଜଣାଇଥିଲେ। ଏସବୁ ମଧ୍ୟରେ ଅନ୍ୟତମ ଆକର୍ଷଣ ଥିଲା ଲାଲମେଣ୍ଟା ପଞ୍ଚାୟତ ବାସୀ ବାଜା,ବାଜଣି,ସଂକୀର୍ତ୍ତନ ସାଙ୍ଗକୁ ଆତସ ବାଜିରେ ସହର କମ୍ପାଇ ମନ୍ତ୍ରୀ ଙ୍କ ବାସଭବନରେ ପହଞ୍ଚି ଏକ ବିରାଟ ସୁ ସଜ୍ଜିତ ପୁଷ୍ପଗୁଛ ରେ ମନ୍ତ୍ରୀ ଉଷା ଦେବୀ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।ପରେ ପରେ ବ୍ଲକ କାର୍ଯ୍ୟାଳୟ ରେ ପହଞ୍ଚି ଅନୁରୂପ ଭାବରେ ସଙ୍ଗଠକ ଓ ଅଧିକାରୀ ଙ୍କୁ ବିରାଟ ପୁଷ୍ପଗୁଚ୍ଛ ରେ ଅଭିନନ୍ଦନ ଜଣାଇବା ସହ ବ୍ଲକ ର ସମସ୍ତ କର୍ମଚାରୀ ସମେତ ସାମ୍ବାଦିକ ଙ୍କୁ ଉପଧୌକନ ଦେଇ ସମ୍ମାନିତ କରିଥିଲେ।ସେହିଭଳି ଚାନ୍ଦପୁର ପୂର୍ବତନ ସରପଞ୍ଚ ମନୋଜ ସାହୁ ଓ କର୍ମୀ ସଙ୍ଗଠକ ମନ୍ତ୍ରୀ ଙ୍କୁ ଶୁଭେଚ୍ଛା ଜଣାଇଥିଲେ।ସେହିପରି ଅନୁରୂପ ଭାବରେ ସ୍ଥାନୀୟ ତହସିଲଦାର, ବିଡ଼ିଓ, ସିଡିପିଓ, ଏସ ଡ଼ି ପି ଓ,ଥାନା ଅଧିକାରୀ ଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିବା ସହ ଅଭିନନ୍ଦନ ଜଣାଇଥିଲେ।

nis-ad
Leave A Reply

Your email address will not be published.