ଅର୍ଥ ଅଭାବରୁ ଚିକିତ୍ସା ନପାଇ ଜୀବନ ମରଣ ସହ ଲଢ଼ୁଛନ୍ତି ପାଣ୍ଡବ ନାୟକ..

ଦାରିଙ୍ଗବାଡି : ଦାରିଙ୍ଗବାଡି ବ୍ଲକ ଝୀଂଯିରୀଗୁଡା ପଞ୍ଚାୟତ ଅନ୍ତର୍ଗତ କିରମାହା ଗ୍ରାମର ପାଣ୍ଡବ ନାୟକ ବୟସ ପ୍ରାୟ(୪୬), ଜଣ୍ଡିସ ରୋଗରେ ପୀଡିତ ହୋଇ ସେଜରେ ପଡି ରହିଛନ୍ତି। ବ୍ରହ୍ମପୁର ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଅର୍ଥ ଅଭାବରୁ ଚିକତ୍ସା ନ କରି ପାରି, ପରିବାର ସଦସ୍ୟ ନିଜ ଘରକୁ ଫେରେଇ ଆଣିଛନ୍ତି। ପ୍ରକାଶ ଥାଉକି ୨୦୧୪ ସାଲରେ ପେଟ ରୋଗରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ବଡ଼ ଡାକ୍ତର ଖାନାରେ ଚିକିଶ୍ଚିତ ହୋଇ ଭଲ ହୋଇଥିଲେ। ସେହି ସମୟରେ ଭଲ ହେବାପାଇଁ କୁଲି ମଜୁରୀ କରି ସଞ୍ଚିତ କରି ରଖିଥିବା ସବୁ ଅର୍ଥ ସରି ଯାଇଥିଲା।ହେଲେ ବିଡ଼ମ୍ବନାର କଥା ୨୦୧୮ସାଲରେ ପୁଣି ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ମେଡିକାଲରେ ଚିକିଶ୍ଚିତ ହୋଇ ଆସୁଥିଲେ। ସ୍ବାସ୍ଥ୍ୟର କୌଣସି ପରିବର୍ତ୍ତନ ନହୋଇ ଗୁରୁତ୍ୱର ହେବାରୁ ପାଣ୍ଡବଙ୍କୁ ୨୦୨୨ ସାଲ ଡିସେମ୍ବର ମାସରେ ଚିକିତ୍ସା ପାଇଁ ବଡ଼ ମେଡ଼ିକାଲ ବ୍ରହ୍ମପୁରରେ ଭର୍ତ୍ତି କରିଥିଲେ। ଅର୍ଥ ଅଭାବରୁ ଚିକିତ୍ସା କରିନ ପାରି ଡିସେମ୍ବର ମାସ ୨୬ ତାରିଖରେ ନିଜ ଘରକୁ ଫେରେଇ ଆଣିଥିବା ପାଣ୍ଡବଙ୍କ ସ୍ତ୍ରୀ ପ୍ରୀତି ନାୟକ କହିଛନ୍ତି। ପାଣ୍ଡବ ସେଜରେହି ପଡି ରହିଛନ୍ତି ତାଙ୍କୁ ନାକରେ ଖାଦ୍ୟ ଦିଆ ଯାଉଥିବା କଥା ସୁଚେଇ ଛନ୍ତି। ଆର୍ଥିକ ସ୍ଥିତି ସମ୍ପୂର୍ଣ ଖରାପ। ସ୍ୱାମୀଙ୍କୁ ସେଜରେ ପକାଇ କୁଲି ମଜୁରୀ ଲାଗିବାକୁ ଯାଇ ପାରୁନାହାନ୍ତି। ପରିବାର କହିଲେ ୫ କୁଟୁମ୍ବ। ଶଯ୍ୟା ସାଇ ସ୍ୱାମୀ, ବୃଦ୍ଧା ଶାଶୁମା, ବଢ଼ିଲା ଝିଅ ଓ ଅର୍ଦ୍ଧ ମସ୍ତିକ ବିକାରଗ୍ରସ୍ତ ବଡ଼ ପୁଅ ରତିକାନ୍ତ ନାୟକ ବୟସ ପ୍ରାୟ (୨୨)। ସ୍ୱାମୀଙ୍କ ଆରୋଗ୍ୟ କଥା ଚିନ୍ତା କରିବେନା ପୁଅର ଆରୋଗ୍ୟ କଥା ଚିନ୍ତା କରିବେ। ଏପାଖରେ ଆର୍ଥିକ ସ୍ଥିତି ସମ୍ପୂର୍ଣ ଖରାପ। ବର୍ତମାନ ସରକାରଙ୍କ ଯୋଗାଣ ଚାଉଳହିଁ ସାହା। ଅଧିକ ଚିକିତ୍ସା ପାଇଁ ପାଖରେ ଅର୍ଥ ନାହିଁ । ଯଥା ଶୀଘ୍ର ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

nis-ad
Leave A Reply

Your email address will not be published.