୪୭ ତମ ରାଜ୍ୟ ଅଧିବେଶନ ନେଇ ସାମ୍ବାଦିକ ସମ୍ମିଳନୀ…

ଫୁଲବାଣୀ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, କନ୍ଧମାଳ ତରଫରୁ ଆଜି ୪୭ତମ ରାଜ୍ୟ ଅଧିବେଶନର ସାମ୍ବାଦିକ ସମ୍ମିଳନୀ ଫୁଲବାଣୀ ସ୍ଥିତ ଏବିଭିପି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସହ-ସମ୍ପାଦିକା ସୁଶ୍ରୀ ସଞ୍ଜନା କହଁର ଏଥିରେ ପାରିତ ବିଭିନ୍ନ ପ୍ରସ୍ତାବ ତଥା ଆଗାମୀ କାର୍ଯ୍ୟକ୍ରମ ଓ ଗତିବିଧି ବିଷୟରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ l ରାଜ୍ୟ ଶାଶନରେ ଥିବା ସରକାର ଦୀର୍ଘ ୨୪ରୁ ବର୍ଷ ଉର୍ଦ୍ଧ୍ଵ ଶାଶନରେ ଥିବା ସତ୍ୱେ ରାଜ୍ୟରେ ଶିକ୍ଷା ବ୍ୟବସ୍ତାକୁ ଗୁରୁତ୍ୱ ଦେଇନାହାନ୍ତି l ଆଗାମୀ ଦିନରେ ରାଜ୍ୟ ସରକାର ଙ୍କ ବିରୁଦ୍ଧରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବୃହତ ଆନ୍ଦୋଳନ କରିବ ବୋଲି ସୂଚନା ଦେଇଛନ୍ତି l ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଜନଜାତି ସହ ପ୍ରମୁଖ ତଅପୋଇ କହଁର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭମ ଜ୍ୟୋତି ପ୍ରଧାନ, ଯତୀନ୍ଦ୍ର କହଁର ପ୍ରମୁଖ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.