ସ୍ବେଛାକୃତ ରକ୍ତ ଦାନକରି ଜନ୍ମ ଦିନ ପାଳିଲେ…

ଫୁଲବାଣୀ : ଅଧିକାଂଶ ଲୋକ ଜନ୍ମଦିନରେ କେକ କାଟି ମହା ଆଡମ୍ବରରେ ପାଳନ କରୁଥିବା ଦେଖାଯାଏ l କିନ୍ତୁ ରକ୍ତ ଦାନ.. ମହା ପୁଣ୍ୟ, ଡୋନେଟ ବ୍ଲଡ଼ ସେଭ ଲାଇଫକୁ ବେଶ ଭଲ ଭାବେ ବୁଝିପାରିଛନ୍ତି ଏହି ଯୁବ ସମାଜସେବୀ ତଥା ପଲିଟେକ୍ନିକର ଛାତ୍ର ସ୍ଵାଗତ ତ୍ରିପାଠୀ l
ସେ ଗତ ୫ ବର୍ଷ ହେଲା ଅଠର ବର୍ଷ ବୟସରୁ ନିଜ ଜନ୍ମଦିନ ସମେତ ବିଭିନ୍ନ ରକ୍ତ ଦାନ ଶିବିରରେ ସ୍ବେଛାକୃତ ରକ୍ତଦାନ କରିଆସୁଛନ୍ତି l କେବଳ ସେତିକି ନୁହେଁ ରକ୍ତ ଦାନ କରିବା ଲାଗି ଅନ୍ୟ ମାନଙ୍କୁ ସଚେତନମଧ୍ୟ କରୁଛନ୍ତି l ଏବଂ ତାଙ୍କର ପ୍ରତ୍ୟେକ ଜନ୍ମଦିନରେ ଗୋଟିଏ ବୃକ୍ଷ୍ୟ ରୋପଣ କରନ୍ତି ଏଥି ସହ ପରିବେଶ ସୁରକ୍ଷା ଓ ବୃକ୍ଷ ରୋପଣ ମଧ୍ୟ କରି ସହରରେ ବେଶ ନାଁ କମାଇଛନ୍ତି ସ୍ଵାଗତ l ସ୍ଵାଗତଙ୍କ ମା ସଂଗୀତା ତ୍ରିପାଠୀଙ୍କ ପ୍ରେରଣା ପାଇ ସେ ଏଥିପ୍ରତି ଆଗ୍ରହ ପ୍ରକାଶ କରିଥିବା କଥା କହିଛନ୍ତି l ସ୍ଵାଗତଙ୍କ ଏଭଳି କାର୍ଯ୍ୟରେ ପ୍ରଭାବିତ ହୋଇ ଅନ୍ୟ ଛାତ୍ର ମାନେ ମଧ୍ୟ ରକ୍ତ ଦାନ କରିବାକୁ ଆଗେଇ ଆସିଛନ୍ତି lରକ୍ତ ଅଭାବ ପାଇଁ କାହାର ଯେପରି ମୃତ୍ୟୁନ ହୁଏ ସେଥିପ୍ରତି ସର୍ବଦା ଦ୍ରୁଷ୍ଟି ଦେବେ ବୋଲି ଯୁବ ସମାଜସେବୀ ସ୍ଵାଗତ କହିଛନ୍ତି l ସ୍ଵାଗତଙ୍କ ଏଭଳି ଚିନ୍ତାଧାରାକୁ ସାଧାରଣରେ ପ୍ରଶଂସା କରାଯାଇଛି l

nis-ad
Leave A Reply

Your email address will not be published.