ମାଲକାନଗିରି ଶିଶୁମନ୍ଦିର ପରିସରରେ ହତ୍ୟାକାଣ୍ଡ : ଗୁରୁଜୀଙ୍କୁ ହାଣିଲା ପିଅନ…  

ମାଲକାନଗିରି : ନୂଆବର୍ଷ ଆରମ୍ଭ ରୁ ଆସିଛି ଅଶୁଭ ଖବର ଏକ ବିଭତ୍ସ ହତ୍ୟାକାଣ୍ଡ ଜିଲ୍ଲାବାସିଙ୍କୁ ଗଭୀର ଆଘାତ ଦେଇଛି । ଖବର ଅନୁସାରେ ଜିଲ୍ଲା ସଦର ମହକୁମା ଠାରେ ଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଗଣିତ ଶିକ୍ଷକ ନିରାକାର ସେଠି ରବିବାର ସକାଳେ ବିଦ୍ୟାଳୟକୁ ଯାଇ ଥିଲେ। ବିଦ୍ୟାଳୟ ଗେଟ ଖୋଲା ଥିବାରୁ ସେଠାରେ ରହୁଥିବା ସ୍କୁଲ ପିଅନ ନରେଶ କ୍ଷେତ୍ରିୟଙ୍କୁ କାହିଁକି ଗେଟ ଖୋଲା ରଖିଛ ଗଛ ଗାଈ ଖାଇଯିବ ବୋଲି କହିଥିଲେ । ଏହି ସମୟରେ ପିଅନ ନରେଶ ଖାଇ ବସିଥିଲା । ସେ ହଠାତ ରାଗିଯାଇ ମୋତେ କଣ ଖାଇବାକୁ ଦେବ ନାହିଁ କହି ସେଠାରେ ଥିବା ଏକ ଟାଙ୍ଗିଆରେ ଶିକ୍ଷକ ନିରାକରଙ୍କ ମୁଣ୍ଡ ଓ ବେକକୁ ଚୋଟ ପକାଇ ଥିଲା। ଶିକ୍ଷକ ଛଟପଟ ହୋଇ ଚିତ୍କାର କରିବାରୁ ନିକଟରେ ଥିବା କିଛି ବ୍ୟକ୍ତି ଅନ୍ୟ ଶିକ୍ଷକ ଙ୍କୁ ଫୋନ ଡାକିଥିଲେ। ସେମାନେ ସେଠାରେ ପହଁଛି ନିରାକାରଙ୍କୁ ମାଲକାନଗିରି ଜିଲ୍ଲା ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ନେଇ ଯାଇଥିଲେ। ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥାରେ ନିରାକାରଙ୍କ ମୃତ୍ୟୁ ଘଟିଛି।

ପିଅନ ନରେଶ ନିଜେ ଥାନାରେ ପହଞ୍ଚି ନିରାକର ଗୁରୁଜୀ ସବୁବେଳେ ଗାଳି ଦେଉଥିବାରୁ ତାଙ୍କୁ ଟାଙ୍ଗିଆରେ ହାଣି ଦେଇଛି ବୋଲି କହି ଆତ୍ମ ସମର୍ପଣ କରିଛି। ମାଲକାନଗିରି ଥାନା ଅଧିକାରୀ ରିଙ୍ଗନ କିଣ୍ଡୋ ପୁଲିସ ସଦଳବଳ ଘଟଣା ସ୍ଥଳରେ ପହଞ୍ଚି ମୃତଶରୀର ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି। ପିଅନ ନରେଶଙ୍କୁ ପୁଲିସ ଥାନରେ ଅଟକ ରଖି ପଚରା ଉଚରା ଜାରି ରଖିଛି।

ନିରାକାର ଗୁରୁଜୀ ଦୀର୍ଘ ୧୫ ରୁ ଉର୍ଦ୍ଧ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ଗଣିତ ଶିକ୍ଷକ ଭାବେ ଥିଲେ। ସେ ଜଣେ ଉତ୍ତମ ପରଉପକାରୀ ଶିକ୍ଷକ ଥିବାରୁ ତାଙ୍କ ମୃତ୍ୟୁ ରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସହିତ ମାଲକାନଗିରି ଜିଲ୍ଲା ରେ ଶୋକର ଛାୟା ଖେଳିଯାଇଛି।

nis-ad
Leave A Reply

Your email address will not be published.