ଆଇସିସି ପୁରୁଷ ବିଶ୍ୱକପ୍ ୨୦୨୩ ପାଇଁ ୨୦ଖେଳାଳିଙ୍କୁ ବାଛିଲା ବିସିସିଆଇ…

ନୂଆଦିଲ୍ଲୀ: ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ଆଇସିସି ପୁରୁଷ ବିଶ୍ୱକପ୍ ୨୦୨୩ ପାଇଁ ୨୦ଖେଳାଳିଙ୍କୁ ତାଲିକାଭୁକ୍ତ କରିଛି। ଏହି ବିଶ୍ବକପ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି। ଚଳିତ ବର୍ଷ ଶେଷରେ ପ୍ରଦର୍ଶନୀ ପାଇଁ ଏକ ଶକ୍ତିଶାଳୀ ୧୫ଜଣିଆ ଦଳକୁ ବାଛିବା ଲକ୍ଷ୍ୟରେ ବୋର୍ଡର ବାର୍ଷିକ ସାଧାରଣ ସଭାରେ ଏହି ନିଷ୍ପତ୍ତି ନିଆଯାଇଛି।

କ୍ରିକବଜ୍ ରିପୋର୍ଟ ଅନୁଯାୟୀ, ଟୁର୍ନାମେଣ୍ଟ ପାଇଁ ଏହି ୨୦ ଖେଳାଳିଙ୍କ ଉପଯୁକ୍ତ ପ୍ରସ୍ତୁତି ନିଶ୍ଚିତ କରିବାକୁ ଦଳର ଆଗାମୀ ମ୍ୟାଚରେ ସେମାନଙ୍କୁ ନିର୍ଦ୍ଦିଷ୍ଟ କ୍ରମାନ୍ବୟରେ ଖେଳିବାକୁ ସୁଯୋଗ ଦିଆଯିବ। ଖେଳାଳିଙ୍କ ତାଲିକା ଆସିବା ପୂର୍ବରୁ ମୁମ୍ବାଇ ହୋଟେଲରେ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ, ଅଧିନାୟକ ରୋହିତ ଶର୍ମା, ଏନସିଏ ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣ ଏବଂ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ପ୍ରାୟ ଚାରି ଘଣ୍ଟା ଧରି ଆଲୋଚନା କରିଥିଲେ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିସିସିଆଇ ସଭାପତି ରୋଜର ବିନି ମଧ୍ୟ ଏହି ଆଲୋଚନାରେ ଯୋଗ ଦେଇଥିଲେ।

ବିସିସିଆଇ ସୂତ୍ରରୁ ପ୍ରକାଶ ଯେ, “ଏହା ଏକ ଅତ୍ୟନ୍ତ ଗଠନମୂଳକ ଏବଂ ଫଳପ୍ରଦ ବୈଠକ ଥିଲା। ବୈଠକରେ ଅତୀତରେ ଖେଳାଳିମାନେ କରିଥିବା ପ୍ରଦର୍ଶନକୁ ସମୀକ୍ଷା କରାଯାଇଥିଲା ଏବଂ ବିଶ୍ୱକପ୍ ଓ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (ଡବ୍ଲୁଟିସି) ସମେତ ଭବିଷ୍ୟତ ଇଭେଣ୍ଟ ପାଇଁ ଯୋଜନା କରାଯାଇଥିଲା। ଆମେ ଅନ୍ତର୍ଜାତୀୟ କ୍ରିକେଟକୁ ଅଗ୍ରାଧିକାର ଦେବା ସହ ଆଇପିଏଲ ଉପରେ ଯେମିତି ପ୍ରଭାବ ନପଡ଼ିବ, ତାହା ନିଶ୍ଚିତ କରିବୁ।

nis-ad
Leave A Reply

Your email address will not be published.