ଆଜିଠାରୁ ଶ୍ରୀମନ୍ଦିରକୁ ସ୍ମାର୍ଟ ଫୋନ୍ ବନ୍ଦ୍‌…

ପୁରୀ: ଆଜିଠାରୁ ଶ୍ରୀମନ୍ଦିରକୁ ସ୍ମାର୍ଟ ଫୋନ୍ ନିଷିଦ୍ଧ ହୋଇଛି। ଏହା ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ ପାଇଁ ଲାଗୁ ହୋଇଛି। ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ ଆଜିଠାରୁ ଅର୍ଥାତ ନୂଆ ବର୍ଷ ଠାରୁ ଏହି ନୂଆ ନିୟମ ଲାଗୁ ହୋଇଛି।

ଶ୍ରୀମନ୍ଦିରକୁ ପ୍ରଵେଶ ପୂର୍ବରୁ ସେବାୟତ ଓ ଶ୍ରୀ ମନ୍ଦିର କର୍ମଚାରୀ ମାନେ ଶ୍ରୀମନ୍ଦିର ସିଂହଦ୍ୱାର, ଦକ୍ଷିଣ ଦ୍ଵାର ଓ ପଶ୍ଚିମ ଦ୍ଵାରରେ ହୋଇ ଥିବା ସ୍ଵତନ୍ତ୍ର ମୋବାଇଲ୍ ଷ୍ଟାଣ୍ଡ ରେ ମୋବାଇଲ ରଖି ଭିତରକୁ ପ୍ରବେଶ କରିଥିଲେ।

ଶ୍ରୀମନ୍ଦିର ଭିତର ଫଟୋ ଓ ଭିଡ଼ିଓ ବାରମ୍ବାର ଭାଇରାଲ୍ ହେବା ଯୋଗୁ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିଲା। ପରେ ବିଭିନ୍ନ ମହଲରେ ଦାବି ପରେ ଶ୍ରୀ ମନ୍ଦିର ପରିଚାଳନା କମିଟିରେ ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟ ଫୋନ୍ ପ୍ରବେଶ ନେଇ କଟକଣା ଲଗାଯାଇଛି।

ତେବେ ଶ୍ରୀ ମନ୍ଦିରରେ ମହାପ୍ରଭୁ ସେବା ପାଇଁ ପାଳି ଥିବା ସେବକମାନେ କ୍ୟାମେରା ନ ଥିବା କେବଳ କି ପ୍ୟାଡ ଫୋନ୍ ନେଇ ଜାଇ ପାରିବେ ବୋଲି ପରିଚାଳନା କମିଟି ସଦସ୍ୟ କହିଛନ୍ତି।ଆଜି ତିନୋଟି ଷ୍ଟାଣ୍ଡରେ ଶତାଧିକ ମୋବାଇଲ ଜମା ହୋଇଥିଲା।

nis-ad
Leave A Reply

Your email address will not be published.