ଦେବଗଡରେ ପୁଅର ଛୁରା ମାଡରେ ବାପାର ମୃତ୍ୟୁ…

ଦେବଗଡ: ନୂଆ ବର୍ଷରେ ପୁଅର ଅମାନବୀୟ କାଣ୍ଡ l ସାମାନ୍ୟ ମଦ ପାଇଁ ବାପାକୁ କଲା ହତ୍ୟା । ଏଭଳି ଅଭାବନୀୟ ଅଘଟଣ ଦେଖିବାକୁ ମିଳିଛି ଦେବଗଡରେ । ନୂଆ ବର୍ଷ ପାଳନ ପାଇଁ ମଦ ପିଇବାକୁ ଟଙ୍କା ନ ଦେବାରୁ ବାପାକୁ ଛୁରୀରେ ଆକ୍ରମଣ କରି ହତ୍ୟା କଲା ପୁଅ l ଦେବଗଡ଼ ଥାନା ଅନ୍ତର୍ଗତ କାଉଁସିବାହାଳ ଗ୍ରାମରେ ପୁଅର ଛୁରା ମାଡରେ ବାପାର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି l

ମୃତକ ହେଲେ ୭୦ ବର୍ଷୀୟ ବୃଦ୍ଧ ରତ୍ନାକର ପ୍ରଧାନ l ଅଭିଯୁକ୍ତ ପୁଅ ଦୁର୍ଯ୍ୟୋଧନକୁ ଦେବଗଡ଼ ଥାନା ପୁଲିସ ଘଟଣା ସ୍ଥଳରୁ କାବୁ କରିଛି l ଘଟଣା ସ୍ଥଳରେ ଆଇଆଇସି ସୁରେନ୍ଦ୍ର ନାୟକ ସଦଳବେଳେ ଘଟଣାର ତଦନ୍ତ ଆରମ୍ଭ କରିବ କରିବ ସହ ହତ୍ୟାରେ ବ୍ୟବହୃତ ଛୁରୀ ଜବତ କରିଛନ୍ତି । ଶବ ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ଜଣାପଡିଛି l

nis-ad
Leave A Reply

Your email address will not be published.