ପୂର୍ବ ଶତ୍ରୁତା ଓ ବ୍ୟବସାୟିକକୁ କେନ୍ଦ୍ର କରି କାର୍‌ ଉପରକୁ ବୋମାମାଡ଼ ସହ ଖଣ୍ଡାରେ ଆକ୍ରମଣ

ଆଠଗଡ଼: କାର୍‌ ଉପରକୁ ବୋମାମାଡ଼। ପୂର୍ବ ଶତ୍ରୁତା ଓ ବ୍ୟବସାୟିକକୁ କେନ୍ଦ୍ର କରି କାର୍‌ ଉପରକୁ ବୋମାମାଡ଼ ସହ ଖଣ୍ଡା ଦ୍ୱାରା ଆକ୍ରମଣ । ଘଟଣା ନେଇ ତିଗିରିଆ ଥାନାରେ ଅଭିଯୋଗ ହୋଇଛି। ଆଠଗଡ଼ ତିଗିରିଆ ଥାନା ପଙ୍କାଳ ଗାଁରେ ଏହି ଘଟଣା ଘଟିଛି। ପଙ୍କାଳ ଗାଁର ସବିର ଅହମ୍ମଦ ନିଜର ବ୍ୟବସାୟିକ କାର୍ଯ୍ୟ ସାରି ରାତିରେ ଘରକୁ ଫେରୁଥିବା ବେଳେ ବୋମାମାଡ ହୋଇଛି।

୪ ଜଣ ଦୁର୍ବୃତ୍ତ କାର୍‌ ଉପରକୁ ବୋମାମାଡ କରିବା ସହ ଭୁଜାଲି ଓ ଖଣ୍ଡା ଦ୍ୱାରା ଆକ୍ରମଣ କରି ଫେରାର ହୋଇଯାଇଥିଲେ। କାର୍‌ର ଡୋର୍‌ କାଚ ବନ୍ଦ ଥିବାରୁ ଅଳ୍ପକେ ବଞ୍ଚି ଯାଇଥିଲେ ସବୀର ଅହମ୍ମଦ।

nis-ad
Leave A Reply

Your email address will not be published.