କରଚୁଲି ଶିଶୁ ମନ୍ଦିରର ୨୬ତମ ବାର୍ଷିକ ଉତ୍ସବ..

ବୁଗୁଡ଼ା : ବୁଗୁଡ଼ା ବ୍ଲକ ଅନ୍ତର୍ଗତ କରଚୁଲି ଗ୍ରାମସ୍ଥିତ ସରସ୍ବତୀ ଶିଶୁ ମନ୍ଦିରର ୨୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ସଭାପତି ହିମାଂଶୁ ଶେଖର ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ , ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ଭଞ୍ଜନଗର ସଙ୍କୁଳ ସଂଯୋଜକ ବୃନ୍ଦାବନ ପାଣିଗ୍ରାହୀ ଶର୍ମା , ସମ୍ମାନିତ ଅତିଥି ଭାବେ ବୁଗୁଡ଼ା ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ , କରଚୁଲି ସରପଞ୍ଚ ପାର୍ବତୀ ନାଇକ, ସମିତି ସଭ୍ୟ ଶ୍ରୀହର୍ଷ ପ୍ରଧାନ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ ।ଏ ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଏଥିସହ ଗୁରୁମା ନମିତା ବେହେରାଙ୍କ ତତ୍ତ୍ୱାବଧାନରେ ଶିଶୁମାନଙ୍କ ରଙ୍ଗମଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବରେ ଗୁରୁଜୀ ସନ୍ତୋଷ କୁମାର ବେହେରା ସଂଯୋଜନା , ସମ୍ପାଦକ ପୂର୍ଣଚନ୍ଦ୍ର ବେହରା ଅତିଥି ପରିଚୟ ପ୍ରଦାନ, ପ୍ରଧାନାଚାର୍ଯ୍ଯ ସୁଶାନ୍ତ ପ୍ରଧାନ ବାର୍ଷିକ ବିବରଣୀ ପଠନ, ଉପଦେଷ୍ଟା ଅଭିମନ୍ୟୁ ପ୍ରଧାନ ଧନ୍ୟବାଦ ଅର୍ପଣ ଦାୟିତ୍ବ ନିର୍ବାହ କରିଥିଲା ବେଳେ ଏହାର ସୁପରିଚାଳନାରେ ଶିଶୁ ମନ୍ଦିରର ସମସ୍ତ ସେବାବ୍ରତୀ ସକ୍ରିୟ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.