ଏବିଭିପିର ରାଜ୍ୟ ସହ ସମ୍ପାଦିକା ହେଲେ କନ୍ଧମାଳର ସଞ୍ଜନା କହଁର…

ଫୁଲବାଣୀ : ଅନୁଗୋଳ ଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି )ର ରାଜ୍ୟ ଅଧିବେଶନ ଅନୁଷ୍ଟିତ ହୋଇଯାଇଛି l ଏଥିରେ କନ୍ଧମାଳ ଜିଲ୍ଲାର ଛାତ୍ରୀ ନେତ୍ରୀ ସୁଶ୍ରୀ ସଞ୍ଜନା କହଁରଙ୍କୁ ଏବିଭିପିର ରାଜ୍ୟ ସହ -ସମ୍ପାଦିକା ଭାବେ ନୂତନ ଦାଇତ୍ୱ ଦିଆଯାଇଛି l କନ୍ଧମାଳର ଆଉ ଜଣେ ଛାତ୍ରୀ ନେତ୍ରୀ ତଅପୋଇ କହଁରଙ୍କୁ ରାଜ୍ୟ ଜନଜାତି କାର୍ଯ୍ୟର ସହ ପ୍ରମୁଖ ଦାଇତ୍ୱ ମିଳିଥିବା ବେଳେ ଜିଲ୍ଲାର ଛାତ୍ର ନେତା ଶୁଭମ ସାହୁ ଓ ଜିତେନ୍ଦ୍ର କହଁରଙ୍କୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଦାଇତ୍ୱ ମିଳିଛି l କନ୍ଧମାଳ ଜିଲ୍ଲାର ଜିଲ୍ଲା ପ୍ରମୁଖ ଶିବାଶିଷ ପଣ୍ଡାଙ୍କୁ ପୁନଃ ଏସ ଡବ୍ଲ୍ୟୁ ସିର ସଦସ୍ୟ ଭାବେ ଦାଇତ୍ୱ ଦିଆଯାଇଛି l ଏହି ରାଜ୍ୟ ଅଧିବେଶନରେ କନ୍ଧମାଳ ଜିଲ୍ଲାର ୧୮ ଟି ମହାବିଦ୍ୟାଳୟ ରୁ ୩୫ ଜଣ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ l ନୂତନ ଦାଇତ୍ୱ ପାଇଥିବା ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ କନ୍ଧମାଳ ଜିଲ୍ଲା ପ୍ରମୁଖ ଶିବାଶିଷ ପଣ୍ଡା ଏବଂ ଏବିଭିପି କନ୍ଧମାଳ ଜିଲ୍ଲାର ସମସ୍ତ ଶୁଭେଛୁ ଓ କାର୍ଯ୍ୟକର୍ତ୍ତା ଶୁଭେଚ୍ଛା ପ୍ରଦାନ କରିଛନ୍ତି l

nis-ad
Leave A Reply

Your email address will not be published.