ବ୍ରହ୍ମପୁର ସନ୍ତୋଷୀ ମା ମନ୍ଦିର ନିକଟରେ ନଡ଼ିଆ ବିକାଳୀଙ୍କ ଉପରକୁ ମାଡିଗଲା କାର, ଘଟଣା ସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ

ବ୍ରହ୍ମପୁର : ବିଜିପୁର ସନ୍ତୋଷୀମା ମନ୍ଦିର ନିକଟରେ ନଡ଼ିଆ ବିକାଳୀ ଦୋକାନ ଉପରକୁ ମାଡିଗଲା କାର.। ନଡ଼ିଆ ବିକାଳୀଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଲା।ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଯାଇଥିଲା।ଖବର ପାଇ ଘଟଣା ସ୍ଥଳରେ ଟାଉନ ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିଥିବା ସହିତ ଶବକୁ ଜବତ କରି ପୋଷ୍ଟମୋର୍ଟମ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲ ପଠାଇଛି। ମୃତ ମହିଳା ଜଣଙ୍କ ଭୈରବୀ ଅଂଚଳର ବାସନ୍ତୀନାୟକ ବୋଲି ଜଣାପଡିଛି। ସବୁ ଦିନ ପରି ଆଜି ମଧ୍ୟ ନଡ଼ିଆ ସହ ଫୁଲ, କଦଳୀ ଏବଂ କିଛି ପାଚଲା ଫଳ ପୂଜା ସାମଗ୍ରୀ ବିକ୍ରି କରୁଥିଲେ. ଏହି ସମୟରେ ଏକ କାର ଦୃତ ଗତିରେ ଆସି ବୁଲାଣି ବୁଲାଉ ଥିବାରୁ ସେହି ମହିଳାଙ୍କୁ ଧକ୍କା ଦେଇଥିଲା। ଯାହା ଫଳରେ ଘଟଣା ସ୍ଥଳରେ ହିଁ ଜଣେ ନଡ଼ିଆ ବିକାଳୀଙ୍କ ମୃତ୍ୟୁ ଘଟିଛି ! ମୃତକ ମହିଳାଙ୍କ ପରିଚୟ ବାସନ୍ତୀ ନାୟକ ଏବଂ ଘର ଭୈରବୀ ଅଞ୍ଚଳର ବୋଲି ଜଣା ପଡିଛି। OD 02 AJ 3477 ନମ୍ବର ବିଶିଷ୍ଟ କାର ଗୋଶାଣୀନୂଆଗାଁରୁ ବିଜିପୁର ଆସୁଥିବା ବେଳେ ସନ୍ତୋଷୀ ମା ମନ୍ଦିର ରୋଡ଼ରେ କାରଟି ବୁଲାଇ ବେଳେ ସେହି ମହିଳାଙ୍କୁ ଧକ୍କା ଦେଇଥିଲା ! ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତେଜନା ଦେଖାଯାଇଥିଲା । ଘଟଣାସ୍ଥଳରେ ଗୋଶାଣୀନୂଆଗାଁ ଥାନା ସହ ଟ୍ରାଫିକ ପୁଲିସ ପହଂଚି ଶବକୁ ଜବତ କରିଥିଲେ । ଏବଂ ଦୁର୍ଘଟଣା ଘଟାଇଥିବା କାରଟିକୁ ଜବତ କରାଯାଇଛି ! ଏନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଯେ ଦିନକୁ ଦିନ ଟ୍ରାଫିକ ସମସ୍ୟା ଦେଖାଯାଉଛି ଯାହା ଫଳରେ ବିଭିନ୍ନ ସମୟରେ ବିଭିନ୍ନ ସମସ୍ୟା ଦେଖା ଦେଉଛି । ରାସ୍ତା କଡରେ ଏଭଳି ବହୁ ବ୍ୟବସାୟୀ ବଜାର ପସରା ମେଲାଇ ବସୁଥିବା ବେଳେ ମହାନଗର ନିଗମ ବିକ୍ରି ଟେକ୍ସ ସଂଗ୍ରହ କରି ହାତ ବାନ୍ଧି ବସୁଛନ୍ତି. ସେପଟେ ଟ୍ରାଫିକ ପୁଲିସ ରାସ୍ତାରେ ସୁଗମ ଯାତାୟାତ କରିବା ନେଇ ପଦକ୍ଷେପ ନେବା ବଦଳରେ ଚୁପ ହୋଉ ବସି ରହୁଛି. ରାସ୍ତା କଡରେ ବଜାର ପସରା ମେଲାଇ ରାସ୍ତା ଜାମ ଫଳରେ ଏଭଳି ଛୋଟବଡ ଦୁର୍ଘଟଣା ଘଟୁଥିବା ଅଞ୍ଚଳବାସି ଅଭିଯୋଗ କରିଛନ୍ତି. ଏ ନେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସି ପୁଲିସ ପ୍ରଶାସନ, ମହାନଗର ନିଗମ କତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି।ଏହି ଘଟଣା ଘଟାଇ ଥିବା କାର ଚାଳକ ଶାସ୍ତ୍ରୀ ନଗର ର ସନ୍ତୋଷ କୁମାର ଖଡଙ୍ଗା ଥାନାରେ ଆତ୍ମ ସମର୍ପଣ କରିଥିବା ଜଣାପଡ଼ିଛି।

nis-ad
Leave A Reply

Your email address will not be published.