ମୋଟର ସାଇକେଲ ଦୁର୍ଘଟଣାଗ୍ରସ୍ତ : ଚାଳକ ମୃତ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ୫୯ ନଂ ଜାତୀୟ ରାଜପଥ ବାଟାଗୁଡାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଘରେ ବାଡ଼େଇ ହେଲା ମୋଟର ସାଇକେଲ । ଦୁର୍ଘଟଣାରେ ମୋଟର ସାଇକେଲ ଚାଳକ ଗୁରୁତର ଅବସ୍ଥାରେ ପଡିଥିବା ଦେଖି ଆଖପାଖ ଲୋକେ ଘଟଣା ସମ୍ପର୍କରେ ବାଲିଗୁଡ଼ା ପୋଲିସକୁ ସୂଚନା ଦେଇଥିଲେ । ଖବରପାଇ ବାଲିଗୁଡ଼ା ପୋଲିସ୍ ଘଟଣା ସ୍ଥଳରେ ପହଁଚି ମୋଟର ସାଇକେଲ ଚାଳକକୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ମୋଟର ସାଇକେଲ ଚାଳକଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି । ମୃତକ ଜଣକ କ.ନୁଆଗାଁ ଥାନା ଗସାନାଜୁ ଗ୍ରାମର ମାଧବ ମଲ୍ଲିକ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାଗ୍ରସ୍ତ ମୋଟର ସାଇକେଲ ଜବତ କରି ତଦନ୍ତ ଜାରି ରଖିଛି ପୋଲିସ୍ ।

nis-ad
Leave A Reply

Your email address will not be published.