ବରଫ ଝଡ଼ : ଆମେରିକାରେ ୩୨, ଜାପାନରେ ୧୭ ମୃତ…

ନ୍ୟୁୟର୍କ : ପ୍ରବଳ ଥଣ୍ଡା ଓ ବରଫ ପାତ ଯୋଗୁଁ ଆମେରିକା, ୟୁରୋପ ଓ ଜାପାନରେ ଜୀବନଯାତ୍ରା ପ୍ରଭାବିତ ହୋଇଛି । ବରଫ ଝଡ଼ ଯୋଗୁଁ ଆମେରିକାରେ ଏପର୍ଯ୍ୟନ୍ତ ୩୨ ଜଣ ଲୋକ ପ୍ରାଣ ହରାଇଥିବାବେଳେ ଜାପାନରେ ୧୭ ଜଣ ମୃତ୍ୟୁବରଣ କରିଛନ୍ତି ।
ଆମେରିକାରେ ଏବର୍ଷର ଶୀତ ବିଗତ କିଛି ବର୍ଷର ରେକର୍ଡ ଭାଙ୍ଗି ଦେଇଛି । କେତେକ ସ୍ଥାନରେ ପାରା ବିଯୁକ୍ତ ୪୫ ଡିଗ୍ରୀରେ ପହଞ୍ଚିଛି । ବରଫ ଝଡ଼ ଯୋଗୁଁ ଆମେରିକାରେ ଖ୍ରୀଷ୍ଟମାସ ଉତ୍ସବ ଫିକା ପଡ଼ିଯାଇଛି । ପ୍ରାୟ ୨୦ ଲକ୍ଷ ଲୋକ ବିନା ବିଦ୍ୟୁତରେ ରହିଛନ୍ତି । ଆମେରିକାର ୪୮ଟି ରାଜ୍ୟରେ ତାପମାତ୍ରା ଶୂନ ତଳକୁ ଖସିଯାଇଛି । ଏହି ଥଣ୍ଡା ଯୋଗୁଁ ୯ଟି ରାଜ୍ୟରେ ମୋଟ ୩୨ ଜଣ ଲୋକ ପ୍ରାଣ ହରାଇଛନ୍ତି । ଆଗକୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି । କାରଣ କେତେକ ଅଂଚଳ ବାହ୍ୟଜଗତରୁ ବିଛିନ୍ନ ହୋଇଯାଇଛି ।

ଅନ୍ୟପକ୍ଷରେ ଜାପାନରେ ବି ବରଫ ଝଡ଼ ଆସିବା ଫଳରେ ୧୭ ଜଣ ଲୋକ ପ୍ରାଣ ହରାଇଛନ୍ତି ଓ ୯୦ରୁ ଅଧିକ ଲୋକ ଆହତ କିମ୍ବା ଅସୁସ୍ଥ ହୋଇପଡ଼ିଛନ୍ତି । ମୃତକଙ୍କ ମଧ୍ୟରୁ ଅଧିକାଂଶ ବରଫ ତଳେ ପୋତି ହୋଇ ମୃତ୍ୟୁବରଣ କରିଛନ୍ତି । ବିଦ୍ୟୁତ ସରବରାହ ବ୍ୟାହତ ହେବା ଯୋଗୁଁ ଶହ ଶହ ଲୋକ ଅନ୍ଧାରରେ ରହିଛନ୍ତି ବୋଲି ଜାପାନର ବିପର୍ଯ୍ୟୟ ପରିଚାଳନା ସଂସ୍ଥା କହିଛି ।

nis-ad
Leave A Reply

Your email address will not be published.