ସରସ୍ଵତୀ ଶିଶୁ ମନ୍ଦିରରେ ଏକଦିବସୀୟ ଶିଶୁ ଶିବିର

ବୁଗୁଡ଼ା : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶିଶୁ ବାଟିକା ପକ୍ଷରୁ ଶିଶୁ ଶିବିର ଅନୁଷ୍ଠିତ ହୋଇଯାଇଛି। ପରିଚାଳନା ସମିତି ସଭାପତି ବ୍ରଜ କିଶୋର ପାଢ଼ୀଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏନ୍ଏସି ଉପାଧ୍ୟକ୍ଷା ଗୀତାଞ୍ଜଳି ପାଢ଼ୀ ଓ ସମ୍ମାନିତ ଅତିଥି ଭାବେ ଡାକ୍ତର ପ୍ରିୟଙ୍କା ପଣ୍ଡା ଯୋଗ ଦେଇ ଶିଶୁ ଭାଇ ଭଉଣୀଙ୍କୁ ମାର୍ଗ ଦର୍ଶନ କରିଥିଲେ । ଉକ୍ତ ଶିବିରେ ୯୦ ଜଣ ଶିଶୁ ଅଂଶ ଗ୍ରହଣ କରିଥିବା ବେଳେ ଏଥିରେ ସେମାନଙ୍କୁ ଦିନଚର୍ଯ୍ୟା ଉପରେ ଶିକ୍ଷା ପ୍ରଦାନ ସାଙ୍ଗକୁ ଭ୍ରମଣ,ସଙ୍ଗୀତ, ଏକକ ଅଭିନୟ, ଛାୟା ନୃତ୍ୟ, କଣ୍ଢେଇ ମେଳା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନାଚାର୍ଯ୍ଯ ରବିନ୍ଦ୍ର କୁମାର ଦାଶ ସ୍ବାଗତ ଭାଷଣ ସହ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଶିଶୁ ବାଟିକା ପ୍ରମୁଖ ମମତା ସାହୁ ଗୁରୁମା ଅତିଥି ପରିଚୟ ପ୍ରଦାନ ଏବଂ ସହ-ପ୍ରମୁଖ ଗୁରୁମା ପ୍ରତିମା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ଏକଦିବସୀୟ ଶିବିର ପରିଚାଳନାରେ ଶିଶୁ ମନ୍ଦିର କମିଟି କର୍ମକର୍ତ୍ତା ଏବଂ ସେବାବ୍ରତୀମାନେ ସକ୍ରିୟ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.