ଘରୋଇ ବସ୍ ରୁ ମୋବାଇଲ୍‌‌ ଲୁଟେରାକୁ ଧରି ପୁଲିସରେ ଜିମା ଦେଲେ ଯାତ୍ରୀ

ହିଞ୍ଜିଳିକାଟୁ ୨୩।୧୨ : କଲେଜ ଫେରନ୍ତା ଛାତ୍ରୀ ଦୁଇ ଜଣଙ୍କ କଙ୍କୋରଡା ଯାଉଥିବା ଘରୋଇ ବସରୁ ମୋବାଇଲ୍‌‌ ଫୋନ୍‌‌ ସହ ପର୍ସ ଲୁଟି ଫେରାର୍‌‌ ମାରୁଥିବା ଜଣେ ଲୁଟିଆକୁ ଧରି ଯାତ୍ରୀ ମାନେ ଉତ୍ତମ ମଧ୍ୟମ ପରେ ପୁଲିସରେ ଜିମା ଦେଇଛନ୍ତି। କଲେଜରଛାତ୍ରୀ ଟିଉସନ କ୍ଲାସ୍‌‌ସାରି ସହପାଠିନୀଙ୍କ ସହିତ ଘରୋଇ ଯାତ୍ରୀ ଵାହି ଵସରେ ନିଜ ଗାଁ କଙ୍କୋରଡାକୁ ଶୁକ୍ରବାର ସଂଧ୍ୟାରେ ଫେରୁଥିଲେ। ବସ କଣ୍ଡକ୍ଟର ହିଞ୍ଜିଳିକାଟୁ ବସଷ୍ଟାଣ୍ଡ ଛାଡିବା ସମୟରେ ଛାତ୍ରୀ ମାନଙ୍କୁ ଟିକଟ ପଈସା ମାଗିଥିଲେ। ଏହି ସମୟରେ ବସ ଭିଡ ଥିବାରୁ ଜନୈକ ଯୁବକ ଛାତ୍ରୀ ମାନଙ୍କ ପର୍ସ ଓ ମୋବାଇଲ ଲୁଟି ନେଇଥିବା ଜାଣିପାରିନଥୂଲେ। ଛାତ୍ରୀ ଜଣକ ପର୍ସ ଖୋଜିବା ସମୟରେ ଯାତ୍ରୀ ମାନେ ଏକ ଲୁଟିଆ ଖସି ପଳାଉଥିବା ବେଳେ ଯାତ୍ରୀ ମାନେ ପକେଟ ମାରକୁ ଧରି ଯାଚଁ କରିଥିଲେ। ଲୂଟିଆ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଵା ବେଳେ ପକେଟରୁ ଏକ ଦୁବାଇ ପଇସା ମିଳିଥିଲା। ଛାତ୍ରୀ ଜଣକ ଦୁବାଇ ପଇସା ପର୍ସରେ ରଖିଥିବା ଓ ମୋର ବୋଲି କହିଥିଲେ। ଫଳରେ ଯାତ୍ରୀ ମାନେ ଲୁଟିଆ କୁ କାବୁ କରି ୪ଗୋଟି ମୋବାଇଲ ଫୋନ, ଟଙ୍କା ସହ ମୋବାଇଲ ଚାର୍ଜର ଛାତ୍ରୀ ଙ୍କ ଜାଣିବା ପରେ ଊତ୍ତମ ମଧ୍ୟମ ପରେ ହିଞ୍ଜିଳି ପୋଲିସ କୁ ଖଵର ଦେଇଥିଲେ। ଖଵର ପାଇ ହିଞ୍ଜିଳି ପୋଲିସ ଏସ ଆଇ ସିଦ୍ଧାର୍ଥ ଜେନା, ଏ ଏସ ଆଇ ପ୍ରକାଶ ଵେହେରା ଓ ସରୋଜ କୁମାର ରଣସିଂ ହିଞିଳିକାଟୁ ବସଷ୍ଟାଣ୍ଡ ପରିଷର ଘଟଣା ସ୍ଥଳରେ ପହଞ୍ଚି ଯୁବକକୂ ଉଦ୍ଧାର କରି ଅଟକ ରଖି ପଚରା ଉଚୁରା ଜାରି ରଖିଛନ୍ତି।ଅନ୍ୟପକ୍ଷରେ ଚୋରି ର ଶିକାର ହୋଇଥିବା ଦୁଇ ଛାତ୍ରୀ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିବା ଜଣାପଡିଛି।

nis-ad
Leave A Reply

Your email address will not be published.