ଜୋନାଲସ୍ତରୀୟ କ୍ରୀଡା ମହୋତ୍ସବ ଅନୁଷ୍ଠିତ

ବୁଗୁଡା : ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ମିନି ଷ୍ଟାଡିୟମରେ ଜୋନାଲ୍ ସ୍ତରୀୟ କ୍ରୀଡା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କ୍ରୀଡା ମହୋତ୍ସବର ଉଦଘାଟନୀ କାର୍ଯ୍ୟକ୍ରମରେ ବିଇଓ କବିବର ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡା ପତାକା ଉତ୍ତୋଳନ କରିଥିଲେ ଏବଂ ସମ୍ମାନିତ ଅତିଥି ଭାବେ ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ, ଉପାଧ୍ୟକ୍ଷା ଗୀତାଞ୍ଜଳି ପାଢ଼ୀ, ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମନୋରଞ୍ଜନ ଦାଶ, ନୀଳମାଧବ ଆଚାରୀ ଓ ସୁଧାଂଶୁ ଶେଖର ପାଢ଼ୀ ଯୋଗ ଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ବୁଗୁଡା, ପୋଲସରା ଓ ଜଗନ୍ନାଥ ପ୍ରସାଦ ବ୍ଲକର ମୋଟ ୨୫୪ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । କ୍ରୀଡା ମହୋତ୍ସବ ଅବସରରେ ଦୌଡ, ଖୋ-ଖୋ, ଲଙ୍ଗଜମ୍ପ୍, ହାଇଜମ୍ପ୍, ଟ୍ରିପଲ୍ ଜମ୍ପ୍, ସଟପୁଟ୍ ଥ୍ରୋ, ଡିସକ୍ସ୍ ଥ୍ରୋ, ଜାଭଲିନ୍ ଥ୍ରୋ, କବାଡି, କ୍ରିକେଟ୍, ଯୋଗାସନ ଆଦି ପ୍ରତିଯୋଗିତା ଆୟୋଜିତ ହୋଇ ଜିଲ୍ଲା ସ୍ତର ପାଇଁ କୃତି ପ୍ରତିଯୋଗୀଙ୍କୁ ଚୟନ କରାଯାଇଥିଲା ।

ପ୍ରତିଯୋଗିତା ଗୁଡିକୁ କ୍ରୀଡା ଶିକ୍ଷକ କ୍ରିଷ୍ଣା ରାଓ ପାତ୍ର, ଜ୍ଞାନ ରଞ୍ଜନ ଜାଲି, ବିଭୂତି ଭୂଷଣ ପ୍ରଧାନ, କବିରାଜ ସାହୁ ଏବଂ ଶିକ୍ଷୟିତ୍ରୀ ଗୀତାଞ୍ଜଳି ମହାନ୍ତ, ରାଜଲକ୍ଷ୍ମୀ ଜେନା ପ୍ରମୁଖ ପରିଚାଳନା କରିଥିଲେ । ଉକ୍ତ କ୍ରୀଡା ମହୋତ୍ସବର ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୁଗୁଡ଼ା ବିଡ଼ିଓ ବାସୁଦେବ ନାୟକ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଭାଗିରଥି ସ୍ବାଇଁ ଯୋଗ ଦେଇ କୃତି ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ଓ ପଦକ ପ୍ରଦାନ କରିଥିଲେ । ପରିଶେଷରେ ବ୍ଲକ୍ କ୍ରୀଡା ସଂଗଠନର ସମ୍ପାଦକ ବିଶ୍ବେଶ୍ବର ଗିରି ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.