ଫିଲ୍ମ ଷ୍ଟାଇଲରେ ବ୍ୟବସାୟୀଙ୍କୁ ବିଚ୍‌ରାସ୍ତାରେ ହାଣିଲେ

ମୁମ୍ବାଇ: ବିଚ୍ ରାସ୍ତାରେ ବ୍ୟବସାୟୀଙ୍କୁ ଆକ୍ରମଣ। ଫିଲ୍ମ ଷ୍ଟାଇଲରେ ଗାଡିକୁ ଅଟକାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ। ଏହାପରେ ଗୁରୁତର ବ୍ୟବସାୟୀଙ୍କୁ ନିଜ ଗାଡିରେ ନେଇ ଫେରାର ହୋଇଗଲେ ଅଭିଯୁକ୍ତ। ଏଭଳି କିଛି ଛାତିଥରା ଘଟଣା ଘଟିଛି ମାୟାନଗରୀ ମୁମ୍ବାଇରେ। ଯାହାର ସିସିଟିଭି ଭିଡିଓ ସାମ୍ନାକୁ ଆସିଛି।

ମୁମ୍ବାଇର ୱସଇ ନିକଟରେ ଏହି ଘଟଣା ଘଟିଛି। ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଘୁଷୁରୀ ମାଂସ ବ୍ୟବସାୟରେ ସାମିଲ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଘଟିଥିଲା। ଏହାପରେ ଏହି ରକ୍ତାକ୍ତ ସଂଘର୍ଷ ଘଟିଥିବା କୁହାଯାଇଛି।

ସାମ୍ନାକୁ ଆସିଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ଯେ, ଏକ ପିକ୍‌ଅପ ଭ୍ୟାନକୁ ଏକ ଜିପ୍ ସାମ୍ନା ପଟୁ ଆସି ଧକ୍କା ଦେଇ ଅଟକାଉଛି। ଏହାପରେ ଜିପ୍ ଭିତରେ ୫ରୁ ୬ ଜଣ ଯୁବକ ହାତରେ ଖଣ୍ଡାଧରି ବାହାରକୁ ବହାରୁଛନ୍ତି। ଆଉ ପିକ୍ ଭ୍ୟାନ୍‌ରେ ଥିବା ଜଣେ ବ୍ୟକ୍ତିଙ୍କୁ ବାହରକୁ ଟାଣି ଆଣି ତାଙ୍କ ଉପରେ ଖଣ୍ଡାରେ ବାରମ୍ବାର ଆକ୍ରମଣ କରୁଛନ୍ତି। ଏହାପରେ ଆଖପାଖର ଲୋକଙ୍କୁ ଡରାଇବା ପାଇଁ ଦୁର୍ବୃତ୍ତମାନେ ଫାଙ୍କା ଗୁଳି ଚାଳନା ମଧ୍ୟ କରୁଛନ୍ତି।

ଯେଉଁ ବ୍ୟକ୍ତିଙ୍କ ଉପରେ ଆକ୍ରମଣ ହୋଇଛି ତାଙ୍କ ନାଁ ହରଜିତ ସିଂହ ବୋଲି ଜଣାପଡିଛି। ମାରପିଟ୍ କରିବା ପରେ ଦୁର୍ବୃତ୍ତମାନେ ତାଙ୍କୁ ଅପହରଣ କରି ନେଇଥିବା ପ୍ରତ୍ୟକ୍ଷଦର୍ଶୀମାନେ ସୂଚନା ଦେଇଛନ୍ତିି। ପୁଲିସ ମାମଲା ରୁଜୁ କରି ହରଜିତ ଓ ସନ୍ଦିଗ୍ଧଙ୍କୁ ଟ୍ରାକ୍ କରିବା ପାଇଁ ଏକ ଟିମ୍ ଗଠନ କରିଛି। ସିସିଟିଭି ଫୁଟେଜ ଆଧାରରେ ପୁଲିସ ମାମଲାର ତଦନ୍ତ ଜାରି ରଖିଛି।

nis-ad
Leave A Reply

Your email address will not be published.