ରଙ୍ଗେଇଲୁଣ୍ଡା ବ୍ଳକରେ ମନେରଗା ଯୋଜନାରେ କୋଟି କୋଟି ଟଙ୍କାର ଆର୍ଥିକ ଅନିୟମିତତା ଅଭିଯୋଗ

ରଙ୍ଗେଇଲୁଣ୍ଡା : ରଙ୍ଗେଇଲୁଣ୍ଡା ବ୍ଳକରେ ମନେରଗା ଯୋଜନାରେ କୋଟି କୋଟି ଟଙ୍କାର ଆର୍ଥିକ ଅନିୟମିତତା, ଅପବୟିତା ଓ ଆତ୍ମସାତ ଘଟଣାରେ ବିଶ୍ବମ୍ବର ପାତ୍ରଙ୍କ ପକ୍ଷରୁ ବିଭିନ୍ନ ଘଟଣା ଓ ବିଭିନ୍ନ ସମୟରେ ହୋଇଥିବା ଅଭିଯୋଗ ଉପରେ ସରକାର, ଭିଜିଲାନ୍ସ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ କୋୖଣସି ପଦକ୍ଷେପ ଗ୍ରହଣ ନକରିବା ହେତୁ ଢେଙ୍କାନାଳ ଜିଲ୍ଲାର ଭଜମନ ବିଶ୍ବାଳ ନାମକ ଜଣେ ବରିଷ୍ଠ ଓ ବିଶିଷ୍ଟ ମାନବାଧିକାର ରକ୍ଷକ ମାନ୍ୟବର ଜାତୀୟ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇ ଏକ ଅଭିଯୋଗ ପତ୍ର ଦାଖଲ କରିଥିଲେ | ମାନ୍ୟବର କମିଶନଙ୍କ ତରଫରୁ ଏକ ଡାଏରୀ ନମ୍ବର ୨୦୩୦୧/ଆଇଏନ୍/୨୦୨୨ ଜାରି କରିଥିଲେ । ଗତକାଲି ଏହି ଅଭିଯୋଗଟିକୁ ମାନ୍ୟବର କମିଶନ ଗ୍ରହଣ କରି ଓ ବିଧିବଦ୍ଧ ଭାବେ କେସ୍ ରୁଜୁ କରି ଏକ କେସ୍ ନମ୍ବର ୪୪୨୩/୧୮/୫/୨୦୨୨ ଜାରି କରିଛନ୍ତି । ସୂଚନାଯୋଗ୍ୟ, ପୂର୍ବରୁ ଏହି ସମାନ ମାମଲାରେ ମାନ୍ୟବର ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ମଧ୍ୟ ପଞ୍ଚାୟତ ରାଜ ସଚିବଙ୍କ ଦ୍ବାରା ତଦନ୍ତ ହେବା ନିମନ୍ତେ ନିର୍ଦ୍ଦେଶନାମା ଜାରି ହୋଇଅଛି।

nis-ad
Leave A Reply

Your email address will not be published.