ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା


ବୁଗୁଡ଼ା : ସ୍ଥାନୀୟ ଶ୍ରୀ ବଳଦେବଜୀଉ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୩ତମ ବାର୍ଷିକ କ୍ରୀଡା ପିପୁଲ୍ସ ହାଇସ୍କୁଲ ମିନି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ଯକ୍ଷ ମନୋଜ କୁମାର ସ୍ବାଇଁଙ୍କ ଦ୍ବାରା କ୍ରୀଡା ପତାକା ଉତ୍ତୋଳନ ଏବଂ ଛାତ୍ରୀଙ୍କ ଶପଥ ଗ୍ରହଣ ପରେ ରନିଙ୍ଗ୍, ସଟପୁଟ୍ ଥ୍ରୋ, ଲଙ୍ଗଜମ୍ପ୍, ସ୍କିପିଙ୍ଗ୍ ଓ ମ୍ୟୁଜିକ୍ ଚେୟାର ଆଦି ପ୍ରତିଯୋଗିତା ଆୟୋଜିତ ହୋଇ କୃତି ପ୍ରତିଯୋଗୀମାନଙ୍କୁ ଚୟନ କରାଯାଇଥିଲା । ଉକ୍ତ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଗୁଡିକୁ କ୍ରୀଡା ଶିକ୍ଷକ ସତ୍ଯଶ୍ରୀ କୁମାର ଜେନା, ବିଶ୍ବେଶ୍ବର ଗିରି ଓ ଗୋପାଳ ପାତ୍ର ପ୍ରମୁଖ ପରିଚାଳନା କରିଥିବା ବେଳେ ଅଧ୍ଯାପକ ସନାତନ ବେହରୁକ୍, ବିଭୁତି ଭୂଷଣ ମିଶ୍ର , ଅନିଲ କୁମାର ପାଣିଗ୍ରାହୀ ଓ ଅଧ୍ଯାପିକା ନିରୁପମା ରାୟ ମହାପାତ୍ରଙ୍କ ସମେତ କଳ୍ପନା ପଣ୍ଡା, ସନ୍ତୋଷିନୀ ତ୍ରିପାଠୀ, ବିଷ୍ଣୁପ୍ରିୟା ମହାପାତ୍ର,ସନ୍ତୋଷ ଗୌଡ, ପବିତ୍ର ନାୟକ , ବସନ୍ତ ହୋତା, ରଞ୍ଜିତ ନାୟକ, ସରୋଜ ବେହେରା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.