ଉତ୍ତମ ଶରୀର ଗଠନ ପାଇଁ କ୍ରୀଡା ଏକ ମାଧ୍ୟମ : ଛତ୍ରପୁର ବିଧାୟକ

ଗଞ୍ଜାମ : ହକି ବିଶ୍ୱକପ ଅବସରରେ ପ୍ରଶାସନ ପକ୍ଷରୁ ବ୍ଲକ ସ୍ତରୀୟ କ୍ରୀଡା ମହୋତ୍ସବ ସୋମବାର ଅନୁଷ୍ଠିତ ହୋଇଥିଲା l ଏଥିରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ l ବ୍ଲକ ଅଧକ୍ଷା ଶର୍ମିଷ୍ଠା ପ୍ରଧାନ,ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, ବିଇଓ ଭାଗିରଥି ବେହେରା, ଏବିଇଓ ବିଜୟ ବେହେରା ପ୍ରମୁଖ ମଂଚାସୀନ ଥିଲେ l ୱେଲଫର ଅଫିସର ପ୍ରକାଶ ଚନ୍ଦ୍ର ନାୟକ ସଂଯୋଜନା କରିଥିଲେ l ଉତ୍ତମ ଶରୀର ଗଠନ ପାଇଁ କ୍ରୀଡା ଏକ ମାଧ୍ୟମ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ l ଏହି ଅବସରରେ ବ୍ଲକ ଅଧୀନରେ ଥିବା କଲେଜ ଛାତ୍ରୀ ଛାତ୍ର ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ l ଦୌଡ଼ ପ୍ରତିଯୋଗିତାରେ ବାଳିକା ବିଭାଗରେ ଗଞ୍ଜାମ କଲେଜର ଛାତ୍ରୀମାନେ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ l ଭାରତୀ ବିଦ୍ୟାପୀଠ କ୍ରୀଡା ଶିକ୍ଷକ ପ୍ରୀତି ରଞ୍ଜନ ପ୍ରଧାନ ଖେଳ ପରିଚାଳନା କରିଥିବା ବେଳେ ଜିପିଓ ଶ୍ରୀକାନ୍ତ କୁମାର ଗୌଡ଼ଙ୍କ ସମେତ ବ୍ଲକ ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ

nis-ad
Leave A Reply

Your email address will not be published.