ବୁଗୁଡା ପଞ୍ଚଠାକୁରାଣୀ ଯାତ୍ରା ସକାଶେ ସାଧାରଣ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ


ବୁଗୁଡା : ବୁଗୁଡା ସହରରେ ପଞ୍ଚଠାକୁରାଣୀ ଯାତ୍ରା ସକାଶେ ଏକ ସାଧାରଣ ବୈଠକ ଶନିବାର ଅପରାହ୍ନରେ ସ୍ଥାନୀୟ ଶ୍ରୀ ବିରଞ୍ଚି ନାରାୟଣ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯାତ୍ରା କମିଟିର ସ୍ଥାୟୀ ସଭାପତି ତଥା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଅଧ୍ଯକ୍ଷତା କରିଥିଲେ । ବୈଠକରେ
ବୁଗୁଡାରେ ପଞ୍ଚଠାକୁରାଣୀ ଯାତ୍ରା କରିବା ସକାଶେ ନିଷ୍ପତ୍ତି ହୋଇଥିଲା। ଯାତ୍ରାର ସୁପରିଚାଳନା ନିମନ୍ତେ ନୂତନ କର୍ମକର୍ତ୍ତା ଚୟନ ହୋଇଥିଲା। ଯାତ୍ରା ପରିଚାଳନା କମିଟିର କାର୍ଯ୍ଯକାରୀ ସଭାପତି ଭାବେ ବସନ୍ତ କୁମାର ଦଳେଇ, ଉପସଭାପତି ଭାବେ କେ.ତ୍ରିଲୋଚନ ଦୋରା, ଗଙ୍ଗାଧର ବିଷୋୟୀ ଓ ବାପୁଜୀ ପାତ୍ର, ସାଧାରଣ ସଂପାଦକ ଭାବେ ବିଶ୍ବମୋହନ ମିଶ୍ର, ସହ ସଂପାଦକ ଭାବେ ବିଚିତ୍ର ପାଣିଗ୍ରାହୀ ଓ କୋଷାଧ୍ୟକ୍ଷ ଭାବେ ୟୁ.ଦିଲ୍ଲୀପ ପାତ୍ରଙ୍କୁ
ଚୟନ କରାଯାଇଥିଲା । ଏଥି ସହ ବୈଠକରେ ୧୧ ଜଣିଆ ଏକ ଉପଦେଷ୍ଟା ମଣ୍ଡଳି ଗଠନ କରାଯାଇଥିବା ବେଳେ ବୁଗୁଡା ଏନ୍ଏସିର ୧୩ ଜଣ କାଉନସିଲର୍ ଏବଂ ଅନ୍ୟ ୨୨ ଜଣ ଏପରି ମୋଟ ୩୫ ଜଣଙ୍କୁ କାର୍ଯ୍ୟକାରୀ ସଦସ୍ୟ ରୂପେ ଚୟନ କରାଯାଇଥିଲା।

nis-ad
Leave A Reply

Your email address will not be published.