ପଠାଣି ସାମନ୍ତ ଗଣିତରେ ସଫଳତା ପାଇଲେ କେଶା କିରୀଟିନୀ

ଫୁଲବାଣୀ : ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଫୁଲବାଣୀରେ ପଢ଼ୁଥିବା କେଶା କିରୀଟିନୀ ଧଳ ପଠାଣି ସାମନ୍ତ ଗଣିତ ପ୍ରତିଭା ମେଧା ବୃତ୍ତିରେ ଫୁଲବାଣୀରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି l ସେ ଜଣେ ମେଧାବୀ ଛାତ୍ରୀ l ପାଠପଢା ସହ ବକ୍ତୃତା, ପ୍ରବନ୍ଧ, କବିତା ଲିଖନ ଓ ଚିତ୍ର ଆଙ୍କିବାରେ ତାଙ୍କର ସ୍ୱତନ୍ତ୍ର ରୂଚି ଅଛି l ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ଦ୍ୱାରା ଆୟୋଜିତ ପ୍ରତିଯୋଗିତା ରେ ଭାଗନେଇ ସେ ବହୁବାର ପୁରସ୍କୃତ ହୋଇଛନ୍ତି l ଷଷ୍ଠ ଶ୍ରେଣୀରେ ଆୟୋଜିତ ପଠାଣି ସାମନ୍ତ ଗଣିତ ମେଧାରେ ମଧ୍ୟ୍ୟ ସେ କୃତକାର୍ଯ୍ୟ ହୋଇ ସରକାରୀ ବୃତ୍ତି ପାଉଅଛନ୍ତି l ପ୍ରକାଶଯୋଗ୍ୟ ସୁଶ୍ରୀ କେଶା କିରୀଟିନୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ତୁମୁଡିବନ୍ଧର ପ୍ରଧାନ ଆଚାର୍ଯ୍ୟ ତଥା କନ୍ଧମାଳର ବିଶିଷ୍ଟ ଶିଶୁ ସାହିତ୍ୟିକ କୈଳାଶ ଚନ୍ଦ୍ର ଧଳଙ୍କ ସାନ ଝିଅ ଅଟନ୍ତି l ଏ ସମସ୍ତ ଶ୍ରେୟ ସେ ତାଙ୍କ ବିଦ୍ୟାଳୟର ଗୁରୁଜୀ ଗୁରୁମାଙ୍କୁ ଦେଇଛନ୍ତି ତାଙ୍କର ଏହି ସଫଳତା ପାଇଁ ବିଶିଷ୍ଟ ରୋଟାରୀଆନ ତଥା ଜିଲ୍ଲା ଲେଖକ ସମ୍ମୁଖ୍ୟର ସଂଗଠନ ସମ୍ପାଦକ ପ୍ରସନ୍ନ କୁମାର ପଣ୍ଡା ଶୁଭେଚ୍ଛା ଜଣାଇଛନ୍ତି l କେଶାଙ୍କ ସହ ନବମ ଶ୍ରେଣୀର ଆଉ ଛଅ ଜଣ ଓ ଷଷ୍ଠ ଶ୍ରେଣୀରେ ଦଶ ଜଣ ଛାତ୍ରଛାତ୍ରୀ ସଫଳତା ପାଇଛନ୍ତି l ଶିଶୁ ମନ୍ଦିରର ଏହି ସଫଳତା ପାଇଁ ଶ୍ରୀ ଧଳ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ରାଜେନ୍ଦ୍ର ପାଢ଼ୀ, ସମ୍ପାଦକ ବିରଞ୍ଚି ନାରାୟଣ ମିଶ୍ର, ସଭାପତି ତଥା ଆଇନଜିବୀ ହରିଶ୍ଚନ୍ଦ୍ର ମହାରଣା ସମେତ ଅନ୍ୟ ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟାଙ୍କୁ ଶୁଭେଚ୍ଛା ଓ କୃତଜ୍ଞତା ଜଣାଇଛନ୍ତି l

nis-ad
Leave A Reply

Your email address will not be published.