ବରିଷ୍ଠ କଳାକାର ସଂଘର ‘ଗାଁକୁ ଚାଲ’ କାର୍ଯ୍ୟକ୍ରମ ଶୁଭାରମ୍ଭ

ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ “ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ”ର ଆହ୍ବାନ କ୍ରମେ ‘ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ’ ପକ୍ଷରୁ ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ନିମପଲ୍ଲୀ ଗ୍ରାମସ୍ଥ ନାମ ମନ୍ଦିର ପ୍ରାଙ୍ଗଣରେ ‘ଗାଁକୁ ଚାଲ’ କାର୍ଯ୍ୟକ୍ରମ ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରି ଗ୍ରାମୀଣ ଲୋକ କଳା ଓ ଲୋକ ସଂସ୍କୃତିର ବିକାଶ ଓ ସଂରକ୍ଷଣ ପ୍ରତି ସଂପ୍ରତି ଦୃଷ୍ଟି ଦେବା ନିତାନ୍ତ ଆବଶ୍ୟକ କାରଣରୁ ମହାସଂଘ ପକ୍ଷରୁ ‘ ଗାଁକୁ ଚାଲ’ କାର୍ଯ୍ୟକ୍ରମର ପଦକ୍ଷେପ ନିଆଯାଇଥିବା ସୂଚନା ଦେଇ ଗ୍ରାମୀଣ କଳା ଓ ସଂସ୍କୃତି ପ୍ରାଦେଶିକ ସଂସ୍କୃତିକୁ ପରିପୁଷ୍ଠ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ । ସୁନାମଧନ୍ୟ ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ସୁଦାମ ପଟ୍ଟନାୟକ ଓ ଯୁବ କଣ୍ଠଶିଳ୍ପୀ ଚନ୍ଦ୍ରଭାନୁ ନାହାକ ଅତିଥି ଭାବେ ଯୋଗଦେଇ କଳାକାର ସମାଜର ମହନୀୟ ଅସ୍ମିତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସଂଘ ପକ୍ଷରୁ ଗ୍ରାମସ୍ଥ ସଙ୍କୀର୍ତ୍ତନ ମଣ୍ଡଳୀ, ଗୋଲା ନାଟ, ଗାହାଣ, ନୃସିଂହ ମହିମା ନାଟ ଆଦି ବିଭିନ୍ନ ନାଟ୍ୟ ଦଳର କଳାକାରମାନଙ୍କ ଗୋଷ୍ଠୀଗତ ଓ ବ୍ୟକ୍ତିଗତ କୁଶଳ ସମାଚାର ଆଲୋଚନା କରାଯାଇ ସାଂସ୍କୃତିକ ସଂଘ ଓ କଳାକାରଙ୍କ ନିମନ୍ତେ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦିଆଯାଇଥିଲା । ଏଥିରେ ସର୍ବଶ୍ରୀ ବି. ରଞ୍ଜନ କୁମାର ପାତ୍ର, ପି. ଦେବରାଜ ପାତ୍ର, ପି. ଦଣ୍ଡ ପାତ୍ର, ବି. ଅର୍ଜୁନ ପାତ୍ର, ବି. ଦାମୋଦର ପାତ୍ର, ବି. ଆଦି ପାତ୍ର, କେ. ସାକିଲ୍ ପାତ୍ର, ପି. ବୁଦ୍ଧିଆ ପାତ୍ର, ବି. ପର୍ଶୁରାମ ପାତ୍ର, ଜି. ହରିବନ୍ଧୁ ପାତ୍ର ପ୍ରମୁଖ ବହୁ କଳାକାର ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ବି. କୃଷ୍ଣ ପାତ୍ର ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.