ଧନୁ ସଂକ୍ରାନ୍ତିରୁ ବିଭିନ୍ନ ମନ୍ଦିରରେ ପହିଲି ଭୋଗ ନୀତି ଆରମ୍ଭ

ବୁଗୁଡା : ପବିତ୍ର ପୌଷ ଧନୁ ସଂକ୍ରାନ୍ତି ଠାରୁ ବୁଗୁଡ଼ା ଅଞ୍ଚଳର ବିଭିନ୍ନ ମନ୍ଦିରରେ ପହିଲି ଭୋଗ ନୀତି ଆରମ୍ଭ ହୋଇଯାଇଛି । ବୁଗୁଡା ସହରାଞ୍ଚଳର ବଳଦେବ ମନ୍ଦିର, ବିରଞ୍ଚି ନାରାୟଣ ମନ୍ଦିର, କାଳୀ ମନ୍ଦିର, ମାଳିଝୋଳା ମନ୍ଦିର, କାଦପଡା ଜଗନ୍ନାଥ ମନ୍ଦିର ସମେତ ଗ୍ରାମାଞ୍ଚଳରେ ଆଦିପୁରର ଜଗନ୍ନାଥ ମନ୍ଦିର , କୈଳାସ ନଗରର ରାଧାକୃଷ୍ଣ ମନ୍ଦିର , କତକଲାର ଦଧିବାମନ ମନ୍ଦିର ଓ ଠାକୁରାଣୀ ମନ୍ଦିର ,ବିରଞ୍ଚିପୁରର ପଞ୍ଚମୁଖୀ ହନୁମାନ ମନ୍ଦିର ଓ ଗୋପୀନାଥ ମନ୍ଦିର ,କଦମ୍ବ ମଠର ରଘୁନାଥ ମନ୍ଦିର , ବି.କରଡ଼ାବାଡ଼ିର ରାଧାକୃଷ୍ଣ ମନ୍ଦିର, ନୂଆଁ ଦଦରାଖୋଲର ଗୋପୀନାଥ ମନ୍ଦିର , ଭଗବାନପୁରର ରାଧାକୃଷ୍ଣ ମନ୍ଦିର, କରଚୁଲିର ଲକ୍ଷ୍ମୀ ନାରାୟଣ ମନ୍ଦିର , ବାଲିପଦରର ରଘୁନାଥ ସ୍ବାମୀ ମନ୍ଦିର ଓ ଜଗନ୍ନାଥ ମନ୍ଦିର , ଅରଖପୁରର ରାଧାକୃଷ୍ଣ ମନ୍ଦିର, ବିଷ୍ଣୁଚକ୍ରର ହୟଗ୍ରୀବ ନାରାୟଣ ମନ୍ଦିର , କଞ୍ଚୁରୁର ନୃସିଂହନାଥ ମନ୍ଦିର , ଅନ୍ତରପଡାର ରଘୁନାଥ ସ୍ବାମୀ ମନ୍ଦିର, ତାଳସାକରର ଜଗନ୍ନାଥ ମନ୍ଦିର,ମୋଟାବାଡ଼ିର ରାଧାକୃଷ୍ଣ ମନ୍ଦିର, ଡାକରାବାଡିର କାଳୀ ମନ୍ଦିର, ଭାମଶିଆଳିର କାଳୀ ମନ୍ଦିର , ଗୋଲିଆର ଜଗନ୍ନାଥ ମନ୍ଦିର , ବାଦୁଆର ରାଧାକୃଷ୍ଣ ମନ୍ଦିର ,ଚିରିକିପଡାର କାଳୀ ମନ୍ଦିର, କାନକୁଟୁରୁର ଜଗନ୍ନାଥ ମନ୍ଦିର ଓ ସଙ୍କୁରୁର ଗୋପୀନାଥ ମନ୍ଦିରରେ ଧନୁ ମୁଆଁ ଭୋଗ ସହ ପହିଲି ଭୋଗ ଆରମ୍ଭ ହୋଇଛି । ଭୋଗ ପାଇଁ ଖିରି ଓ ପୁଳି ସମେତ ଅନେକ ପ୍ରକାରର ସ୍ବାଦିଷ୍ଟ ବ୍ଯଞ୍ଜନ ପ୍ରସ୍ତୁତ ପୂର୍ବକ ବ୍ରାହ୍ମ ମୁହୂର୍ତ୍ତରେ ମଙ୍ଗଳ ଆଳତି ପରେ ସୂର୍ଯ୍ୟୋଦୟ ପୂର୍ବରୁ ମନ୍ଦିରରେ ପହିଲି ଭୋଗ ନୀତି ପାଳନ କରାଯାଏ । ଧନୁ ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଥିବା ଏହି ପହିଲି ଭୋଗ ନୀତି ଆଗାମୀ ମକର ସଂକ୍ରାନ୍ତିର ପୂର୍ବଦିନ ପର୍ଯ୍ୟନ୍ତ ମାସେ ବ୍ଯାପି ଚାଲିବାକୁ ଥିବାବଳେ ପହିଲି ଭୋଗ ପାଇଁ ଅଞ୍ଚଳର ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

nis-ad
Leave A Reply

Your email address will not be published.