ବରିଷ୍ଠ ନାଗରିକ ମଞ୍ଚ ସଭାପତିଙ୍କ ବିୟୋଗରେ ଶୋକସଭା


ବୁଗୁଡ଼ା : ବାଲିପଦର ବରିଷ୍ଠ ନାଗରିକ ମଞ୍ଚର ସଭାପତି କେ.କୃଷ୍ଣମୂର୍ତ୍ତୀ ଆଚାରୀଙ୍କ ଅକାଳ ବିୟୋଗରେ ଏକ ଶୋକସଭା କାଦପଡା ତନ୍ତୁବାୟ ସହଯୋଗ ସମିତି ସଭା କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ନାଗରିକ ମଞ୍ଚର ଉପସଭାପତି ମାଧବ ଚନ୍ଦ୍ର ଭୋଳଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ଅବସରରେ ଉପଦେଷ୍ଟା ବଂଶୀଧର ବିଷୋୟୀ ଓ ନରସିଂହ ପାତ୍ର , ସମ୍ପାଦକ ପ୍ରକାଶ ଚନ୍ଦ୍ର ରଥ, କୋଷାଧକ୍ଷ ମଙ୍ଗୁଳି ପାତ୍ରଙ୍କ ସମେତ ଅନ୍ୟ
ସଦସ୍ୟମାନେ ସ୍ବର୍ଗତ କୃଷ୍ଣମୂର୍ତ୍ତିଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା ସହ ତାଙ୍କର ସ୍ମୃତିଚାରଣ କରିଥିଲେ । ପ୍ରକାଶ ଯେ, ଗତ ୧୬ ତାରିଖ ସକାଳ ୯ଟା ସମୟରେ କୃଷ୍ଣମୂର୍ତ୍ତି (୬୮)ନିଜ ଘରେ ହଠାତ୍ ପଡିଯାଇ ଚେତାଶୂନ୍ଯ ହୋଇପଡିଲେ । ତାଙ୍କୁ ତତ୍କ୍ଷଣାତ୍ ବାଲିପଦର ଡାକ୍ତରଖାନାକୁ ନିଆଯାଇଥିଲା ବେଳେ ଡାକ୍ତରଙ୍କ ଅନୁପସ୍ଥିତି ହେତୁ ପୁଣି ଆସିକା ମେଡିକାଲକୁ ନିଆଯାଇଥିଲେ ହେଁ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ବାଲିପଦର ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ସହ ଜଡିତ ଥିଲେ । ତାଙ୍କର ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

nis-ad
Leave A Reply

Your email address will not be published.