ଧାନ ଖାଇବାକୁ ଆସି ଖଳାରେ କଚାଡ଼ି ଦେଲା ହାତୀ

ଭବାନୀପାଟଣା: ବିଳମ୍ୱିତ ରାତିରେ ଧାନ ଖାଇବା ପାଇଁ ଖଳାକୁ ଆସିଥିଲା ଦନ୍ତାହାତୀ। ଘଉଡାଇବାରୁ ଜଣକୁ ଶୁଣ୍ଢରେ ଧରି କଚାଡ଼ି ଦେଲା ହାତୀ। ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଏପରି ହୃଦୟବିଦାରକ ଘଟଣା କଳାହାଣ୍ଡି ଜିଲ୍ଲାରେ ଘଟିଛି। ଗୁରୁତରଙ୍କ ଭିତରେ ଜଣେ ୬ ବର୍ଷର ଶିଶୁ ରହିଛି।

ନର୍ଲା ରେଞ୍ଜ ଭୁର୍ଟିଗଡ ପଞ୍ଚାୟତର ପୁଜୁଗୁଡା ଗାଁ ଖଗେଶ୍ୱର ଗୌଡ଼ଙ୍କ ୪ ପ୍ରାଣୀ କୁଟୁମ୍ୱ ଶୁକ୍ରବାର ରାତିରେ ଧାନ ଖଳାରେ ଶୋଇ ଥିଲେ। ବିଳମ୍ୱିତ ରାତିରେ ଧାନ ଖାଇବା ପାଇଁ ଖଳାକୁ ଆସିଥିଲା ଦନ୍ତା ହାତୀ। ଖଳାରେ ଦନ୍ତା ଧାନ ଖାଉଥିବା ବେଳେ ସମସ୍ତଙ୍କ ନିଦ ଭାଙ୍ଗି ଯାଇଥିଲା।

ହାତୀକୁ ଘଉଡାଇବା ପାଇଁ ଖଗେଶ୍ୱର ଓ ତାଙ୍କ ପରିବାର ଲୋକ ଚେଷ୍ଟା କରିଥିଲେ। ତେବେ ହାତୀଟି ଖଗେଶ୍ୱରଙ୍କୁ କଚାଡ଼ି ଦେଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ବିଭୁ ଗୌଡ(୬), ରାଜେନ୍ଦ୍ର ଗୌଡ ଓ ଚନ୍ଦନ ଗୌଡ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଭବାନୀପାଟଣା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ରହିଛି।

nis-ad
Leave A Reply

Your email address will not be published.