ନିଜ ସମ୍ପ୍ରଦାୟ ପାଇଁ ସଂରକ୍ଷଣ ଲାଗି ଦାବି କଲେ ଭାରତର ପ୍ରଥମ କିନ୍ନର ବିଚାରପତି

ଇନ୍ଦୋର: ଭାରତର ପ୍ରଥମ କିନ୍ନର ବିଚାରପତି ଜୋୟିତା ମଣ୍ଡଳ ନିଜ ସମ୍ପ୍ରଦାୟର ସାମାଜିକସ୍ତରରେ ଉତ୍ଥାନ ପାଇଁ ସ୍ୱର ଉଠାଇଛନ୍ତି। ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟଙ୍କ ପାଇଁ ସରକାରୀସ୍ତରରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ସେ ଦାବି କରିଛନ୍ତି। କିନ୍ନର ସମ୍ପ୍ରଦାୟକଙ୍କ ପାଇଁ  ସରକାରୀ ଚାକିରିରେ ସଂରକ୍ଷଣର ଆବଶ୍ୟକତା ଉପରେ ଆଲୋକପାତ କରି କହିଛନ୍ତି ଯେ, ପୁଲିସ ଫୋର୍ସ ଏବଂ ରେଳବାଇ ଭଳି ବିଭାଗରେ ସେମାନଙ୍କ ପ୍ରବେଶ ତାଙ୍କ ପ୍ରତି ଥିବା ସମାଜର ଦୃଷ୍ଟିକୋଣକୁ ବଦଳାଇବ। ସେମାନଙ୍କ ଜୀବନରେ ଉନ୍ନତିରେ ସାହାଯ୍ୟ କରିବ।

ସେ କହିଛନ୍ତି ଯେ ତାଙ୍କ ସମ୍ପ୍ରଦାୟକୁ ଦେଶରେ ପର୍ଯ୍ୟାପ୍ତ ପରିମାଶର ଆଶ୍ରୟ ଗୃହ ଆବଶ୍ୟକ । ସରକାର ଏ ବାବଦରେ ଏକ ଯୋଜନା ଆରମ୍ଭ କରିବା ଉଚିତ। ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟକୁ ସରକାରୀ ଚାକିରିରେ ସଂରକ୍ଷଣ ଦେବା ଅତ୍ୟନ୍ତ ଜରୁରୀ । ଯଦି ମୋ ପାଖରେ  ଚାକିରି ନାହିଁ, ତେବେ କିଏ ମୋତେ ଖାଇବାକୁ ଦେବ ବୋଲି ସେ ପ୍ରଶ୍ନ କରିଛନ୍ତି।  ସେ ଏଠାରେ ଏକ ସଂସ୍କୃତି ଓ ସାହିତ୍ୟ ମହୋତ୍ସବ ଲିଟ ଚକରେ ରେ ଯୋଗଦେବା ଅବସରରେ ଶୁକ୍ରବାର ସାମ୍ବାଦିକମାନଙ୍କୁ ସେ ଏହା କହିଛନ୍ତି। ସେ କହିଛନ୍ତି ଯଦି ସଂରକ୍ଷଣ ମାଦ୍ୟମରେ ଟ୍ରାନ୍ସଜେଣ୍ଡର ବ୍ୟକ୍ତିମାନେ ପୁଲିସ ଫୋର୍ସ ଏବଂ ରେଳବାଇରେ ଯୋଗ ଦେଇପାରିବେ। ଏହା କିନ୍ନର ସମ୍ପ୍ରଦାୟର ସଦସ୍ୟଙ୍କୁ ଜୀବନରେ ଆଗକୁ ବଢ଼ିବାରେ ସାହାଯ୍ୟ କରିବ ନାହିଁ, ବରଂ ସେମାନଙ୍କ ପ୍ରତି  ଥିବା ସମାଜର ଦୃଷ୍ଟିକୋଣକୁ ବଦଳିବ।  ସେ କହିଛନ୍ତି ପ୍ରଶାସନକି ଅଧିକାରୀମାନେ ସେମାନଙ୍କ ସମ୍ପ୍ରଦାୟର ପ୍ରତି ଗଭୀର ସମ୍ବେଦନଶୀଳ ହେବା ଉଚିଚି।

୨୦୧୭ରେ ଜୋୟିତା ମଣ୍ଡଳ ଦେଶର ପ୍ରଥମ କିନ୍ନର ବିଚାରପତି ହୋ‍ଇଥିଲେ । ପଶ୍ଚିମବଙ୍ଗର ଇସ୍‌ଲାମପୁର ଲୋକ ଅଦାଲତରେ ସେ ଏହି ନିଯୁକ୍ତି ପାଇଛନ୍ତି। ୨୦୧୦ ମସିହାରେ ଜୋୟିତା କିନ୍ନରମାନଙ୍କର ଅଧିକାର ଓ ସ୍ୱାର୍ଥ ନେଇ କାମ କରିଆସୁଛନ୍ତି। ଜୋୟିତା ମଣ୍ଡଳ ଦେଶର ପ୍ରଥମ ଜଜ୍‌ ହେବା ପରେ ଟ୍ରାନ୍ସଜେଣ୍ଡରମାନଙ୍କ ପାଇଁ ଏହା ଏକ ବଡ଼ ପ୍ରେରଣା ହୋ‍ଇପାରିଛି। ତେବେ ଏହି ସଫଳତା ପାଇବା ପାଇଁ ଜୋୟିତାଙ୍କୁ କିଛି କମ୍‍ କଷ୍ଟ କରିବାକୁ ପଡ଼ିନାହିଁ। ଜୋୟିତାଙ୍କୁ ପ୍ରତିଟି ସ୍ଥାନରେ ଭେଦଭାବର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ହେଲେ ଏସବୁକୁ ସେ ଖାତିର ନକରି ନିଜର ଲକ୍ଷ୍ୟ ହାସଲ କରିବାରେ ଆଗେଇ ଯାଇଥିଲେ। ଟ୍ରାନ୍ସଜେଣ୍ଡରମାନଙ୍କୁ ସେମାନଙ୍କ ଅଧିକାର ସମ୍ପର୍କରେ ସଚେତନ କରିବା ପାଇଁ ୨୦୧୦ ମସିହାରେ ଜୋୟିତା ‘ନ‌ଇ ରୋଶନି’ ନାମକ ଏକ ସଂସ୍ଥା ଗଠନ କରିଛନ୍ତି।

nis-ad
Leave A Reply

Your email address will not be published.