ଡୋକଲାମରେ ପୋଲ, ସ୍ଥାୟୀ ଜନବସତି ନିର୍ମାଣ କରିଛି ଚୀନ

ନୂଆଦିଲ୍ଲୀ : ଅରୁଣାଚଳପ୍ରଦେଶର ତଓ୍ବାଙ୍ଗରେ ଭାରତ-ଚୀନ ସେନା ମଧ୍ୟରେ ସଂଘର୍ଷ ପରେ ପୁଣି ଥରେ ଚୀନ ସହ ସୀମାବିବାଦ ଚର୍ଚ୍ଚାକୁ ଆସିଯାଇଛି । ତେବେ ୨୦୧୭ରେ ଭାରତ-ଭୁଟାନ ଓ ଚୀନ ତ୍ରିଛକରେ ଥିବା ଡୋକଲାମଠାରେ ହୋଇଥିବା ବିବାଦ ପୁଣି ମୁଣ୍ଡ ଟେକିଛି ।
ସାଟେଲାଇଟ୍ ଚିତ୍ରରୁ ଜଣାପଡ଼ିଛି ଯେ ଭୁଟାନର ଅଧିନରେ ଆସୁଥିବା ଡୋକଲାମ ଅଂଚଳକୁ ଚୀନ ନିଜ କବଜାକୁ ନେଇଯାଇଛି ଓ ସେଠାରେ ପୋଲ, ସ୍ଥାୟୀ ଜନବସତି ସ୍ଥାପନ କରିଛି । ଏହି ସ୍ଥାନ ଟ୍ରାଇ-ଜଙ୍କସନଠାରୁ ମାତ୍ର ୯ କିଲୋମିଟର ଦୂରରେ ଅବସ୍ଥିତ । ସେଠାରେ ଚୀନ ବସାଇଥିବା ଗାଁର ନାଁ ରଖାଯାଇଛି ପାଙ୍ଗଡା । ଏହି ଗାଁକୁ ୨୦୨୦ରେ ବସାଯାଇଥିଲା ଓ ୨୦୨୧ରେ ଏହାର ସଂପ୍ରସାରଣ କରାଯାଇଥିଲା ।

ଏହି ଅଂଚଳ ଭୁଟାନର ହୋଇଥିଲେ ବି ସାମରିକ ଦୃଷ୍ଟିକୋଣରୁ ଭାରତ ପାଇଁ ବେଶ ଚିନ୍ତାର କାରଣ ହୋଇଛି । କାରଣ ଚୀନ ସେଠାରେ କେବଳ ଜନବସତି ନୁହେଁ, ସେନାର ବ୍ୟବହାର ପାଇଁ ଟନେଲ, ଭାରିଯାନ ଯାଇପାରୁଥିବା ସଡ଼କ ଓ ହେଲିପ୍ୟାଡ ନିର୍ମାଣ କରିଛି । ପୁଣି ନିଜର ସୁରକ୍ଷା ପାଇଁ ଭୁଟାନ ଭାରତ ଉପରେ ନିର୍ଭରଶୀଳ ହୋଇଥିବାବେଳେ ଚୀନ ଏହି କାର୍ଯ୍ୟ ଭୁଟାନକୁ ଭୟଭୀତ କରିଛି । କେବଳ ଏତିକି ନୁହେଁ, ଭାରତ ସହ ଘନିଷ୍ଠ ସମ୍ପର୍କ ରଖୁଥିବାରୁ ଭୁଟାନକୁ ଧମକାଉଛି ଚୀନ ।

nis-ad
Leave A Reply

Your email address will not be published.