ସ୍ବାଭାବିକ ହେଲା ଏମ୍ସ ସର୍ଭର, ସାଇବର ଆକ୍ରମଣ ଚୀନରୁ ହୋଇଥିଲା

ନୂଆଦିଲ୍ଲୀ : ଭାରତର ସବୁଠାରୁ ବଡ଼ ସରକାରୀ ହସପିଟାଲ ଦିଲ୍ଲୀ ଏମ୍ସରେ ହୋଇଥିବା ସାଇବର ଆକ୍ରମଣ ଚୀନ ଦ୍ବାରା କରାଯାଇଥିଲା ବୋଲି ସ୍ପଷ୍ଟ ହୋଇଯାଇଛି । ଏମ୍ସର ୧୦୦ଟି ସର୍ଭର ମଧ୍ୟରୁ ୫ଟିରେ ଚୀନର ହ୍ୟାକରମାନେ ଅନୁପ୍ରବେଶ କରିବାକୁ ସକ୍ଷମ ହୋଇଥିଲେ । ତେବେ ଏବେ ଏସବୁ ହ୍ୟାକରଗୁଡ଼ିକୁ ସୁରକ୍ଷିତ କରାଯାଇଛି ଓ ସେଥିରେ ଥିବା ଡାଟାକୁ ଉଦ୍ଧାର କରାଯାଇଛି । ତଦନ୍ତ ବେଳେ ଜଣାପଡ଼ିଛି ଯେ ଜେନାନ ଓ ହଂକଂରୁ ଏହି ହ୍ୟାକିଂ ହୋଇଥିଲା ।

ଏହାକୁ ନେଇ ଦିଲ୍ଲୀ ପୁଲିସ ଅଧିନରେ ଥିବା ଇଣ୍ଟେଲିଜେନ୍ସ ଫ୍ୟୁଜନ ଏଣ୍ଡ ଷ୍ଟାଟର୍ଜିକ ଅପରେସନ୍ସ (ଆଇଏଫଏସଓ)ରେ ଏକ ସାଇବର ଆତଙ୍କବାଦ ମାମଲା ରୁ୍ଜୁ କରାଯାଇଛି । ଏ ସଂପର୍କରେ କେନ୍ଦ୍ର ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ, ଏହି ଘଟଣା ତଦନ୍ତସାପେକ୍ଷ । କିନ୍ତୁ ଏହା ସ୍ପଷ୍ଟ ଜଣାପଡ଼ୁଛି ଯେ, ଏହା ଏମ୍ସ ସିଷ୍ଟମ ଉପରେ ଏକ ରାନସମଓ୍ବେର ଆକ୍ରମଣ ଓ ଏନଆଇଏ ଏହାର ତଦନ୍ତ କରୁଛି ।

ଅନ୍ୟପକ୍ଷରେ ଏହି ଘଟଣାରେ କେତେକ ଭିତର ଲୋକଙ୍କ ସଂପୃକ୍ତିକୁ ତଦନ୍ତକାରୀମାନେ ଏପର୍ଯ୍ୟନ୍ତ ମନାକରିନାହାନ୍ତି । କାରଣ ଏମ୍ସ ସିଷ୍ଟମକୁ ପଠାଯାଇଥିବା ଏକ ସଂଦିଗ୍ଧ ଲିଙ୍କ୍ ଉପରେ କ୍ଲିକ କରାଯାଇଥିବା ସଂଦେହ କରାଯାଉଛି ।

ଗତ ନଭେମ୍ବର ୨୩ରେ ଏମ୍ସ ଉପରେ ହୋଇଥିବା ସାଇବର ଆକ୍ରମଣ ପରେ ଏମ୍ସର ସର୍ଭର ପ୍ରାୟ ତିନି ସପ୍ତାହ ଧରି ସ୍ବାଭାବିକ ହୋଇପାରିନଥିଲା । ଏହାଯୋଗୁଁ ରୋଗୀ ସେବା ଗୁରୁତରଭାବେ ବାଧାପ୍ରାପ୍ତ ହୋଇଥିଲା । ହ୍ୟାକରମାନେ ଏମ୍ସ ସର୍ଭରରେ ଥିବା ଲକ୍ଷ ଲକ୍ଷ ରୋଗୀଙ୍କ ତଥ୍ୟ ଚୋରାଇ ନେଇଥିବା ଆଶଙ୍କା କରାଯାଉଛି ।

nis-ad
Leave A Reply

Your email address will not be published.