ଏକଜିଟ ପୋଲ: ହରିୟାଣାରେ ଶେଷ ହେବ ବିଜେପି ଶାସନ, କଂଗ୍ରେସ ଫେରିବ

ନୂଆଦିଲ୍ଲୀ : ହରିୟାଣା ବିଧାନସଭାର ୯୦ଟି ଆସନ ପାଇଁ ଭୋଟ ଶେଷ ହେବା ପରେ ସମସ୍ତଙ୍କ ଅପେକ୍ଷା ଅକ୍ଟୋବର ୮କୁ। କାରଣ ସେହିଦିନ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। କିନ୍ତୁ ଏହାପୂର୍ବରୁ ଆସିଛି ଏକଜିଟ ପୋଲ ରେଜଲ୍ଟ।
୨୦୧୪ ଓ ୨୦୧୯ରେ ହରିୟାଣାରେ କ୍ଷମତା ଦଖଲ କରିଥିବା ବିଜେପିକୁ ଏକଜିଟ ପୋଲ ଫଳାଫଳ ଝଟକା ଦେଇଛି। ହ୍ୟାଟ୍ରିକ ବିଜୟ ପାଇଁ ଲକ୍ଷ୍ୟ ରଖିଥିବା ବିଜେପିକୁ ହରିୟାଣାରେ ପରାଜୟର ସାମ୍ନା କରିବାକୁ ପଡ଼ିପାରେ।
ସେହିପରି ୧୦ ବର୍ଷ ପରେ ରାଜ୍ୟରେ କଂଗ୍ରେସ କ୍ଷମତାକୁ ଫେରିବ ବୋଲି ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ ପୋଲରେ ଦାବି କରାଯାଇଛି। କଂଗ୍ରେସ ରେକର୍ଡ ୫୦ରୁ ଅଧିକ ଆସନ ଜିତି ରାଜ୍ୟରେ ସରକାର ଗଠନ କରିବାକୁ ଯାଉଥିବା ଏକଜିଟ ପୋଲରୁ ସ୍ପଷ୍ଟ ହୋଇଛି। ହରିୟାଣାର ବିଧାନସଭା ଆସନ ସଂଖ୍ୟା ହେଉଛି ୯୦। ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୪୬।
ରିପ୍ଲବିକ-ମାଟ୍ରିଜ କରିଥିବା ଏକଜିଟ ପୋଲ ତଥ୍ୟ ଅନୁଯାୟୀ, ହରିୟାଣାର ୯୦ଟି ଆସନ ମଧ୍ୟରୁ କଂଗ୍ରେସ ଏକାକୀ ୫୫ରୁ ୬୨ଟି ଆସନ ଜିତିବ। ବିଜେପି ୧୮ରୁ ୨୪ଟି, ଆଇଏନଏଲଡି ୦୩ରୁ ୦୬, ଜେଜେପି ଶୂନରୁ ୩ ଓ ଅନ୍ୟାନ୍ୟ ଦଳ ୨ରୁ ୫ଟି ଆସନ ଜିତି ପାରନ୍ତି।
ପିପୁଲ୍ସ ପ୍ଲସ କହିଛି ଯେ କଂଗ୍ରେସ ୪୯ରୁ ୬୧, ବିଜେପି ୨୦ରୁ ୩୨, ଜେଜେପି ଶୂନରୁ ୧, ଆପ୍‌ ଶୂନ ଓ ଅନ୍ୟାନ୍ୟ ଦଳ ୩ରୁ ୫ଟି ଆସନ ଜିତବ।
ଧ୍ରୁବ ରିସର୍ଚ୍ଚ କହିଛି କଂଗ୍ରେସ ୫୦ରୁ ୬୪, ବିଜେପି ୨୨ରୁ ୩୨ ଓ ଅନ୍ୟାନ୍ୟ ଦଳ ୨ରୁ ୮ଟି ଆସନ ଜିତି ପାରନ୍ତି। ସେହିପରି ଆପ ଓ ଜେଜେପି ଖାତା ଖୋଲିପାରିବେ ନାହିଁ।

nis-ad
Leave A Reply

Your email address will not be published.