ଏକ୍‌ଜିଟ୍ ପୋଲ : ଜମ୍ମୁ-କଶ୍ମୀରରେ କୌଣସି ଦଳକୁ ଆବଶ୍ୟକ ମ୍ୟାଜିକ ନମ୍ବର ମିଳିବ ନାହିଁ

ନୂଆଦିଲ୍ଲୀ,୫।୧୦:ପ୍ରାୟ ୧୦ବର୍ଷ ପରେ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହୋଇଛି। ଏଠାରେ ୯୦ଟି ବିଧାନସଭା ଆସନ ପାଇଁ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ହୋଇଛି। ଅକ୍ଟୋବର ୮ରେ ଭୋଟ ଫଳାଫଳ ପ୍ରକାଶ ପାଇବ, କିନ୍ତୁ ଏହାପୂର୍ବରୁ ଏକଜିଟ ପୋଲ ଓ ଭୋଟ ବାହୁଡା ମତ ପ୍ରକାଶ ପାଇଛି।

୨୦୧୯ରେ ଜମ୍ମୁ-କଶ୍ମୀରରୁ କେନ୍ଦ୍ର ସରକାର ଧାରା ୩୭୦ ରଦ୍ଦ କରି ଦେଇଛନ୍ତି। ଏହା ସହିତ ଜମ୍ମୁ କଶ୍ମୀରକୁ ଓ ଲଦାଖକୁ ଅଲଗା କରି ଏକ ୟୁନିଅନ ଟେରିଟୋରୀ କରାଯାଇଛି। ଏହାପୂର୍ବରୁ ରାଜ୍ୟରେ ସମୁଦାୟ ୮୩ ଟି ବିଧାନସଭା ଆସନ ଥିଲା, ଏବେ ତାହା ୯୦କୁ ବୃଦ୍ଧି ପାଇଛି। ତେବେ ଏଥର ଭାଜପା ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି। ଏକଜିଟ ପୋଲ ଅନୁସାରେ ପରସ୍ପର କଡା ଟକ୍କର ହୋଇଥିବା ଜଣାପଡିଛି।

ଅଧିକାଂଶ ସଂସ୍ଥାର ଏକଜିଟ ପୋଲ କହୁଛି ଯେ ଜମ୍ମୁ-କଶ୍ମୀରରେ କୌଣସି ଦଳକୁ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ୪୬ ମିଳିବ ନାହିଁ। କଂଗ୍ରେସ ଓ ଏନସି ସର୍ବାଧିକ ଆସନ ପାଇ ପାରନ୍ତି। କିନ୍ତୁ ଉଭୟ ମ୍ୟାଜିକ ନମ୍ବର ଠାରୁ ଦୂରରେ ରହିବେ। ଭାଜପା ମଧ୍ୟ ୩୦ରୁ ଅଧିକ ଆସନ ଜିତିବାକୁ ସକ୍ଷମ ହୋଇପାରିବ ନାହିଁ। ଏଭଳି ସ୍ଥିତିରେ ମେହବୁବା ମୁଫତିଙ୍କ ପିଡିପି ଓ ଅନ୍ୟ ଆଞ୍ଚଳିକ ଦଳ କିଙ୍ଗ ମେକର ସାଜିବାର ଯଥେଷ୍ଟ ସମ୍ଭାବନା ରହିଛି।

ପିପୁଲ୍ସ ପ୍ଲସ କହିଛି ଯେ ଫାରୁକ ଅବଦୁଲ୍ଲାଙ୍କ ନ୍ୟାଶନାଲ କନଫରେନ୍ସ ଜମ୍ମୁ-କଶ୍ମୀରରେ ୩୩ରୁ ୩୫ଟି ଆସନ ଜିତିପାରେ। ଭାଜପା ୨୩ରୁ ୨୭, କଂଗ୍ରେସ ୧୩ରୁ ୧୫, ପିଡିପି ୭ରୁ ୧୧ ଓ ଅନ୍ୟାନ୍ୟ ଦଳ ୪ରୁ ୬ଟି ଆସନ ଜିତିପାରନ୍ତି।

ଦୈନିକ ଭାସ୍କର କହିଛି, କଂଗ୍ରେସ ଓ ଏନସି ୩୫ରୁ ୪୦, ଭାଜପା ୨୦ରୁ ୨୫, ପିଡିପି ୪ରୁ ୭ ଓ ଅନ୍ୟାନ୍ୟ ଦଳ ୧୨ରୁ ୧୮ଟି ଆସନ ଜିତିବେ।

ରିପବ୍ଲିକ-ଗୁଲିସ୍ତାନ ନ୍ୟୁଜର ଏକଜିଟ ପୋଲରେ କୁହାଯାଇଛି ଯେ ଏନସି ୨୮ରୁ ୩୦, ଭାଜପା ୨୮ରୁ ୩୦, ପିଡିପି ୫ରୁ ୭, କଂଗ୍ରେସ ୩ରୁ ୬ ଓ ଅନ୍ୟାନ୍ୟ ଦଳ ୮ରୁ ୧୭ଟି ଆସନ ପାଇବେ।

ଇଣ୍ତିଆ ଟୁଡେ-ସି ଭୋଟର ପକ୍ଷରୁ କରାଯାଇଥିବା ଏକଜିଟ ପୋଲ କଂଗ୍ରେସ ଓ ଏନସି ସପକ୍ଷରେ ଯାଇଛି। ଏହି ସଂସ୍ଥା କହିଛି ଯେ ଉଭୟ ଦଳ ମିଳିତ ଭାବେ ୪୦ରୁ ୪୮, ଭାଜପା ୨୭ରୁ ୩୨, ପିଡିପି ୬ରୁ ୧୨ ଓ ଅନ୍ୟାନ୍ୟ ଦଳ ୬ରୁ ୧୧ଟି ଆସନ ପାଇପାରନ୍ତି।

nis-ad
Leave A Reply

Your email address will not be published.