‘ଚୋପ୍..’ ବିଜେପି ନେତାଙ୍କ ଉପରେ ରାଗିଗଲେ ନୀତୀଶ

ପଟନା : ବିହାର ବିଧାନସଭାରେ ଆଜି ବିଷାକ୍ତ ମଦମୃତ୍ୟୁ ଘଟଣାକୁ ନେଇ ବିରୋଧୀ ବିଜେପି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ୍ କରିଛି । କିନ୍ତୁ ଏହାର ଜବାବରେ ନୀତିଶ ରାଗି ବିଜେପି ନେତାଙ୍କୁ ଅଣସାମ୍ବିଧାନିକ ଶବ୍ଦ କହିଥିବା ଜଣାଯାଇଛି ।

ମଦ ମୃତ୍ୟୁକୁ ନେଇ ବୁଧବାରଦିନ ବିରୋଧୀ ଦଳ ନେତା ବିଜୟ କୁମାର ସିହ୍ନା ମଦ ଉପରେ ରାଜ୍ୟ ସରକାରଙ୍କ କଟକଣା ଉପରେ ପ୍ରଶ୍ନ ଉଠାଇଥିଲେ । ଏହାର ଜବାବରେ ନୀତୀଶ ରାଗିଯାଇ କହିଲେ ଯେ ତୁମେ ଯେତେବେଳେ ସରକାରରେ ଥିଲ ମଦ ଉପରେ ନିଷେଧାଜ୍ଞାକୁ ସମର୍ଥନ କରୁଥିଲ । ଏବେ ତାହାର ବିରୋଧ କରୁଛ ।

ସୂଚନାଯୋଗ୍ୟ ଯେ, ବିହାରରେ ପୁଣି ଥରେ ବିଷାକ୍ତ ମଦମୃତ୍ୟୁର ବିଭୀଷିକା ଦେଖିବାକୁ ମିଳିଛି । ସାରନ ଜିଲ୍ଲାର ଛପ୍ରା ଅନ୍ତର୍ଗତ ଡୋଇଲା ଗ୍ରାମରେ ବିଷାକ୍ତ ମଦ ପିଇ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୨୦ ଛୁଇଁଛି । ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି କୁହାଯାଉଛି । ଗାଁରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଛପ୍ରା ସଦର ଡାକ୍ତରଖାନାରେ ଚିକିତ୍ସା ସମୟରେ ଚିକିତ୍ସାଧିନ ଅବସ୍ଥାରେ ଆଉ କିଛି ଲୋକଙ୍କ ମୃତ୍ୟୁ ହୋଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବିହାରରେ ନିଷେଧାଦେଶ ରହିଛି, ଯେଉଁଠାରେ ମଦ ବିକ୍ରି ଏବଂ ବ୍ୟବହାର ବେଆଇନ ।

ପୁଲିସ ଏହି ଘଟଣାର ତଦନ୍ତ ଜାରି ରଖିଥିବାବେଳେ ଅନ୍ୟ କେଉଁ ଲୋକମାନେ ଏହି ବିଷାକ୍ତ ମଦ ପିଇଛନ୍ତି ସେ ସଂପର୍କରେ ପଚରାଉଚୁରା ଚଳାଇଛି ।

nis-ad
Leave A Reply

Your email address will not be published.